Breaking PLUSଓଡ଼ିଶାମୁଖ୍ୟ ଖବର

ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିର ?

ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ବସିବ ବୈଠକ

ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ମ ସାଢ଼େ ୪ଟାରେ ଭର୍ଚୁଆଲ୍ ମୋଡରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଛତିଶାନିଯୋଗ ନାୟକଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିରର ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବେ। ତେବେ ଆଜିର ଏହି ବୈଠକରେ ଆଗାମୀ ଶ୍ରୀମନ୍ଦିର ଦର୍ଶନ ଉପରେ ବିସ୍ତୃତ ଆଲୋଚନା ହେବ। ଫେବ୍ରୁଆରିରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ କି ଖୋଲିବନି ସେ ଉପରେ ସେବାୟତଙ୍କ ମତ ଗ୍ରହଣ କରାଯିବ। ଏହି ଆଧାରରେ ଫେବ୍ରୁଆରି ମାସର ମାର୍ଗଦର୍ଶିକା ଜାରି ହେବ। ଆପାତତଃ, ସେବାୟତ ଶ୍ରୀମନ୍ଦିର ଖୋଲିବା ଉପରେ ମତ ଦେଇପାରନ୍ତି । ଅନ୍ୟପଟେ କୋଭିଡ୍ ଯାଞ୍ଚ ପାଇଁ ଯେଉଁ କିଓସ୍କ କେନ୍ଦ୍ର ସବୁ ଖୋଲାଯାଇଛି, ତାକୁ ବି ହଟାଇବା ଉପରେ ସେବାୟତ ସପକ୍ଷ ମତ ଦେଇପାରନ୍ତି ।

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶନେଇ ଜାନୁଆରି ୩୧ ପର୍ଯ୍ୟନ୍ତ ରୋକ୍ ଲାଗିଛି। କଟକଣା ଅବଧି ସରୁଥିବାରୁ ଫେବ୍ରୁଆରି ପାଇଁ ନୂଆ କଟକଣା ଜାରି ହେବ। ଶ୍ରୀମନ୍ଦିର ଖୋଲିବା ନେଇ ଗୁରୁବାର ଦିନ ପୁରୀ ଚକ୍ରତୀର୍ଥ ବେଳାଭୂମିରେ ସମୁଦ୍ର ସତ୍ୟାଗ୍ରହ କରିଥିଲେ ଉଠାଦେକାନୀ ଓ ବ୍ୟବସାୟୀ । ସେପଟେ ପୁରୀ ସ୍ବର୍ଗଦ୍ବାରରେ ଲାଗିଥିବା କଟକଣା କୋହଳ କରାଯାଇଛି। ବାହାର ଜିଲ୍ଲାର ମୃତଦେହ ଏଠାରେ ସଂସ୍କାର କରାଯିବା ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି। ଫଳରେ ବାହାର ଜିଲ୍ଲାର ଅଣ କୋଭିଡ ମୃତଦେହ ପୁରୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କରାଯାଇପାରିବ।

Show More

Related Articles

Back to top button