ଓଡ଼ିଆ ଗଳ୍ପସ୍ୱତନ୍ତ୍ର

ଡେଣା

ପବନ ଡେଣାରେ, ଲହରୀର ଛନ୍ଦ,
ବରଷାକୁ ଆଣେ ଭିଡ଼ି,
ଆକାଶଛାତିରେ କଳାରଙ୍ଗ ବୋଳି,
ଡାକ ଛାଡ଼େ ଘଡ଼ଘଡ଼ି

ମୌସୁମୀ ପାଇଁ କେତେ ଆକୁଳତା, ଚାରିଆଡ଼େ ହାହାକାର
ଡେଣାଝାଡି ଦେଇ,
ଶଙ୍ଖଚିଲଟାଏ
ଉଡ଼ିଯାଏ କେତେଦୂର ।

ବାଦଲ ଫାଙ୍କରେ, ଝରିପଡ଼େ ମେଘ,
ଟୋପା ଟୋପା
ଜଳ ବିନ୍ଦୁ,
ଡେଣାକୁ ହଲେଇ ଚାତକ ପକ୍ଷୀଟା,
ପାନ କରେ ପ୍ରୀତି ମଧୁ।

ମାଟି ମାଆ ପିନ୍ଧେ,
ନୀଳ ପାଟଶାଢୀ,
ସାଧବାଣୀ ବୋହୂ ପରି, ଡେଣାକୁ ହଲେଇ ଟେଣ୍ଟେଇ,ବତାସୀ, ଚିଲ, କାଉ ରାଵ କରି

ଇନ୍ଦ୍ରଧନୁର ସାତ ରଙ୍ଗ
ମାଖି ,
ସୁରୂଜ ମୁରୁକି ହସ,
ଡେଣା ଛିଡ଼ିଯାଏ, ଝରିଆ
ପୋକର
ଛାଡ଼ିଦେଇ ଦୀର୍ଘଶ୍ଵାସ ।
ଭାଗ୍ୟର ଡେଣାରେ,
ଭବିତବ୍ୟ ଲେଖା,
କିଏ ବା କରିବ ଆନ,
ଜୀବନ ଯୁଦ୍ଧରେ ଆଗୁସାର ଯିଏ,
ସଂସାରରେ ବଳବାନ ।।

ଡ. ବିଚିତ୍ରା ମଞ୍ଜରୀ ତ୍ରିପାଠୀ, ଅଧ୍ୟାପିକା,
ଲୋକନାଥ ମହାବିଦ୍ୟାଳୟ,କୋରୁଆ, କେନ୍ଦ୍ରାପଡ଼ା

Show More

Related Articles

Back to top button