Breaking PLUSଓଡ଼ିଶାମୁଖ୍ୟ ଖବର
7ରୁ ବଢିବ ଶୀତ
ଭୁବନେଶ୍ୱର- 7ରୁ ବଢିବ ଶୀତ । ସାମୁଦ୍ରିକ ଝଡ ଫେଙ୍ଗାଲ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିଲା। ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାରଠାରୁ ରାଜ୍ୟରେ ଶୀତ ବଢିପାରେ। ୭ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ କମିବ । ଫଳରେ ଅଧିକ ଶୀତ ଅନୁଭବ ହୋଇପାରେ। ଆସନ୍ତା ଦୁଇ ଦିନ କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ଶୀତ ସହ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।