
ଏପରି ହେଲେ ଥଣ୍ଡା ବଢ଼ିବ । କିନ୍ତୁ ଏହା ପରେ ପୁଣି ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିଯିବ । ଏବଂ ଥଣ୍ଡା କମିଯିବ । ଏପରି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଏବେ ରାଜ୍ୟରେ ୨/୩ ଦିନ ହେବ ଥଣ୍ଡା କମିଯାଇଛି । ବୁଧବାର ରାତିରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧.୮ ଡିଗ୍ରୀ ସେଲସିୟସ୍ ଥିଲା ।
ଯାହା ସ୍ୱାଭାବିକଠାରୁ ୨ ଡିଗ୍ରୀ ଅଧିକ । ସେହିପରି ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ପାରଦ ୧୪ ଡିଗ୍ରୀ ରହିଥିଲା । କିନ୍ତୁ ଗୁରୁବାରଠୁ ଉତ୍ତର ପଟୁ ହାଲୁକା ଥଣ୍ଡା ପବନ ବହିବା ଆରମ୍ଭ କରିଛି । ଏଥିଯୋଗୁ ରାତି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଶୁକ୍ରବାର ରାତି ତାପମାତ୍ରା ଆହୁରି କମିଯିବ । କିନ୍ତୁ ଶନିବାର ରାତିରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ।ଶୁକ୍ରବାର ସକାଳେ ପୁରୀ, ନୟାଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡିରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି ।