ଡିସେମ୍ବର ୭ରେ ସଂସଦର ଶୀତକାଳୀନ ଅଧିବେଶନ ହେବା ସମ୍ଭାବନା । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେଲାଣି । ଏହା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିପାରେ । ତେବେ ଏଥିପାଇଁ ସଂସଦୀୟ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ ।
ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ, ଏହି ଶୀତ ଅଧିବେଶନ ସଂସଦର ପୂରୁଣା ବିଲ୍ଡିଂରେ ଚାଲିବ ।ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ ପ୍ରାୟ ୧୨୦୦ କୋଟି ଟଙ୍କାରେ ନିର୍ମିତ ନୂଆ ବିଲ୍ଡିଂର କାର୍ଯ୍ୟ ଶେଷ ହେବା ଉପରେ ।
ଶୀତ ଅଧିବେଶନ ପୂର୍ବରୁ ନୂଆ ସଂସଦର କାର୍ଯ୍ୟ ସାରିବାକୁ ସରକାର ଲକ୍ଷ୍ୟ ରଖିଥିଲେ । କିନ୍ତୁ ଆହୁରି କିଛି କାମ ବାକି ରହିଯାଇଛି । ବିଲ୍ଡିଂ ନିର୍ମାଣ ସମ୍ପୂର୍ଣ୍ଣ ହେଲା ପରେ ମଧ୍ୟ ସ୍ୱାଭାବିକ ଭାବେ କାର୍ଯ୍ୟ କରିବାକୁ ଆହୁରି ୧୫-୨୦ ଦିନ ସମୟ ଲାଗିବ ।