Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ କମିବ ଶୀତ

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଜାଡ଼ ଅନୁଭୂତ ହୋଇଛି। ମଧ୍ୟରାତିରୁ ଜାଡ଼ର ପ୍ରଭାବ ବଢ଼ୁଥିବାବେଳେ ଅପରାହ୍ଣରୁ ପୁଣି ଶୀତ ପ୍ରକୋପ ବଢ଼ୁଛି। ସକାଳର କାଲୁଆ ପବନ ଦେହ ଥରାଇ ଦେଉଥିବାବେଳେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏପରି ପାଗ ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହିତ କେତେକ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ଆଜି ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ ଏବଂ ଜଗତସିଂହପୁର ଜିଲାକୁ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କୋରାପୁଟ ଓ କନ୍ଧମାଳ ଜିଲାକୁ ଘନ କୁହୁଡ଼ି ନେଇ ଉଭୟ ୧୭ ଓ ୧୮ ତାରିଖରେ ୟେଲୋ ୱାର୍ଣ୍ଣିଂ ରହିଛି।

Show More

Related Articles

Back to top button