ବାଣିଜ୍ୟ

‘ମାସକରେ ୧୮ ଥର ବଢିଲାଣି ତୈଳ ଦର

ପେଟ୍ରୋଲ ୪ ଟଙ୍କା ଏବଂ ୫ ଟଙ୍କା ବଢିଛି ଡିଜେଲ’: ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଆଜିର ଦାମ

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଥମିବାର ନାଁ ନେଉନାହିଁ । ଗତ ମାସେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୧୮ ଥର ବୃଦ୍ଧି ପାଇଲାଣି । ଶୁକ୍ରବାର ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨୮ ପଇସା ବୃଦ୍ଧି ପାଇଛି । ଗତ ମେ ୪ ତାରିଖରୁ ଜୁନ ୪ ତାରିଖ ଅର୍ଥାତ ମାତ୍ର ଗୋଟିଏ ମାସ ମଧ୍ୟରେ ପଟ୍ରୋଲ ୪.୩୬ ଟଙ୍କା ଏବଂ ଡିଜେଲ ୪.୯୩ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି ।

ଚଳିତ ମାସରେ ତୈଳ ମୂଲ୍ୟ ବୃଦ୍ଧି ହେତୁ ମହାରାଷ୍ଟ୍ର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶର ଅନେକ ସହରରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ଶୁକ୍ରବାର ଦିନ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୪.୭୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୫.୬୬ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୦.୦୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୯୯ ଟଙ୍କା ରହିଛି ।ସେହିଭଳି ରାଜଧାନୀ ଭୁବନେଶ୍ବରେ ଶୁକ୍ରବାର ପେଟ୍ରାଲ ଦର ୨୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଲିଟର ପିଛା ୩୧ ପଇସା ବୃଦ୍ଧି ପାଇଛି । ଏହି କ୍ରମରେ ଭୁବେନଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୯୫.୫୫ ଟଙ୍କା ରହିଥିବା ବେଳେ ଏବଂ ଡିଜେଲ ଦର ୯୩.୪୦ ଟଙ୍କା ରହିଛି ।

Show More

Related Articles

Back to top button