ଓଡ଼ିଶାଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

WNCB ଜୁରି ପୁରସ୍କାରରେ ପୁରସ୍କୃତ ହେଲେ ଓଡିଶାର ମହିଳା ସାମ୍ୱାଦିକ

WNCB ଜୁରି ପୁରସ୍କାରରେ ପୁରସ୍କୃତ ହେଲେ ଓଡିଶାର ମହିଳା ସାମ୍ୱାଦିକ । ଅନଟୋଲ୍ଡ ଷ୍ଟୋରୀ ପାଇଁ ୨୦୨୨-୨୦୨୩ WNCB ଜୁରି ପୁରସ୍କାର ପାଇଛନ୍ତି ଓଡିଶାର ମହିଳା ସାମ୍ୱାଦିକ ଡାଏନା ସାହୁ । ବର୍ତ୍ତମାନ ସେ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ (TNIE) ର ଓଡିଶା ବ୍ୟୁରୋ ସହିତ ଏକ ବିଶେଷ ସମ୍ୱାଦଦାତା ଭାବରେ କାର୍ଯ୍ୟରତ। ତେବେ ଏହି ବିଶିଷ୍ଟ ତଥା ସ୍ୱାଧୀନ ଜୁରି ପ୍ୟାନେଲ ଦ୍ୱାରା ପୁରସ୍କାର ପାଇଁ ମନୋନୀତ ହୋଇଥିବା ୫ଜଣଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ଡକ୍ୟୁମେଣ୍ଟାରୀ ଚଳଚିତ୍ର ନିର୍ମାତା ପଙ୍କଜ ବଟାଲିଆ,ଯୋଗାଯୋଗ ସଂଯୋଜକ WNCB ତାଞ୍ଜା ବ୍ରୁକ୍,ବରିଷ୍ଠ ସାମ୍ବାଦିକ ଉଷା ରାୟ ଏବଂ ପ୍ରୀତି ମେହେରା ।

ତେବେ ସୋସିଆଲ ମିଡିଆକୁ ନେଇ ଡାଏନା ଆଗାମୀ ଆସାଇନମେଣ୍ଟରେ କାମ କରିବାକୁ ଆଗ୍ରହ ପ୍ରକାଶ କରିବା ସହିତ କହିଛନ୍ତି ଯେ, ମୁଁ ଏହି ଘୋଷଣାକୁ ନେଇ ବହୁତ ଖୁସି,କାରଣ ମୁଁ ଶିଶୁ ଶ୍ରମ ଉପରେ ଅନଟୋଲ୍ଡ ଷ୍ଟୋରୀ (୨୦୨୨-୨୩) ପାଇଁ WNCB ପୁରସ୍କାର ପାଇଛି ।

ଏହା ବ୍ୟାତୀତ ଫେସବୁକରେ ପୋଷ୍ଟ କରି ସେ ଲେଖିଛନ୍ତି- ଏହି ଆଶ୍ଚର୍ଯ୍ୟଜନକ ସୁଯୋଗକୁ ଅପେକ୍ଷା କରିଛନ୍ତି ମୋର ଅନ୍ୟ ଚାରିଜଣ ସହକର୍ମୀ । ସେମାନେ ହେଲେ ଗୁଲଜାର ଭେଟ, ପରଭେନ ରହମାନ, ଦର୍ଶନ ଦେଶାଇ ଏବଂ ସବିତା କୁମାରୀ ।

ୱାର୍କ ନୋ ଚାଇଲ୍ଡ ବିଜନେସ୍ ଇଣ୍ଡିଆ ଅଧ୍ୟାୟ ଦ୍ୱାରା ଏହାର ପ୍ରଥମ ସଂସ୍କରଣର ସଫଳତା ପରେ ଏହି ଜୁରି ଭିତ୍ତିକ ପୁରସ୍କାର ମଧ୍ୟମ କ୍ୟାରିୟର ଏବଂ ଫ୍ରିଲାନ୍ସ ସାମ୍ବାଦିକମାନଙ୍କୁ ଶିଶୁ ଶ୍ରମର କାହାଣୀ ଉପରେ କାର୍ଯ୍ୟ କରିବାକୁ ଆମନ୍ତ୍ରଣ କରିଥାଏ ଯେଉଁଠାରେ ଶ୍ରେଷ୍ଠ ପାଞ୍ଚ ବିଜେତାଙ୍କୁ ପ୍ରତ୍ୟେକଙ୍କୁ 1 ଲକ୍ଷ ଟଙ୍କା ଫେଲୋସିପ୍ ଦିଆଯିବ ।

WNCB ହେଉଛି ଏକ ବହୁ ଦେଶ କାର୍ଯ୍ୟକ୍ରମ ଯାହାକି ୨୦୨୫ ସୁଦ୍ଧା ସମସ୍ତ ପ୍ରକାରର ଶିଶୁ ଶ୍ରମକୁ ସମାପ୍ତ କରିବାରେ ସହଯୋଗ କରିବା ପାଇଁ ଆରମ୍ଭ କରାଯାଇଥିଲା । ଏବଂ ୬ଟି ଦେଶରେ କୋଟ ଡି ଆଇଭୋରେ, ଭାରତ, ଜୋର୍ଡାନ, ଉଗାଣ୍ଡା ଏବଂ ଭିଏତନାମରେ କାର୍ଯ୍ୟ କରିଥାଏ । ଜୁରି ପୁରସ୍କାର ଶିଶୁ ଶ୍ରମ ପ୍ରସଙ୍ଗରେ ଗଭୀର ଭାବରେ ଅନୁସନ୍ଧାନ କରିବାକୁ ଏବଂ ଗଣମାଧ୍ୟମ ମାଧ୍ୟମରେ ଚେଷ୍ଟା କରେ ।

Show More

Related Articles

Back to top button