
ରାଉରକେଲା : ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ମାମଲାରେ ୧୧ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ। ଆଉ ୩ ଦୋଷୀ ମହିଳାଙ୍କୁ ୨ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ରାଉରକେଲା ଏଡିଜେ-୧ କୋର୍ଟ। ଡାହାଣୀ ସନ୍ଦେହରେ ସଂଘବଦ୍ଧ ଆକ୍ରମଣ କରି ମହିଳାଙ୍କୁ ହତ୍ୟା କରାଯାଇଥିଲା। ୨୦୧୮ ମସିହା ମାର୍ଚ୍ଚ ୩ ତାରିଖ ସନ୍ଧ୍ୟାରେ ରତାଖଣ୍ଡି ଗାଁର ଯଶୋଦା ସିଂ, ତାଙ୍କ ସ୍ୱାମୀ ଫଗୁ ସିଂ ଓ କମଳେଶ ସିଂଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ଯଶୋଦାଙ୍କର ମୃତ୍ୟୁ ଘଟିଥିବା ବେଳେ ଫଗୁ ଓ କମଳେଶ ଗୁରୁତର ଆହତ ହୋଇଥିଲେ। ଏନେଇ କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଏଡିଜେ-୧ କୋର୍ଟ ମାମଲା ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରିଛନ୍ତି। ୧୧ ଜଣଙ୍କୁ ଆଜୀବନ ଜେଲ୍ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଅନିତା ସିଂ, ରୀତା ସିଂ ଓ ଲଳିତା ସିଂଙ୍କୁ ୨ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛି କୋର୍ଟ।