
କରଞ୍ଜିଆ : ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଜଣେ ମହିଳା। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜର ମାଜୁରା ସାହିରେ ଘଟିଛି ଏଭଳି ଏକ ଏହି ଅଘଟଣା।
ମୃତ ମହିଳାଙ୍କ ନାଁ କାଜଲ ସିଂ ହାଁସଦା। ଆଜି ସକାଳେ ସେ ଘର ନିକଟରେ ପ୍ରାତଃଭ୍ରମଣ କରୁଥିବା ବେଳେ ହଠାତ୍ ନିକଟସ୍ଥ କାଜୁ ଜଙ୍ଗଲରୁ ଏକ ଦନ୍ତା ଆସି ତାଙ୍କୁ ଆକ୍ରମଣ କରିଥିଲା। କାଜଲଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହୁରି ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇପାରେ ବୋଲି ସୂଚନା ମିଳିଛି। ସୂଚନାନୁସାରେ, ବର୍ତ୍ତମାନ କରଞ୍ଜିଆ ବନଖଣ୍ଡରେ ୨୮ ଟିକିଆ ହାତୀପଲଙ୍କ ଉତ୍ପାତ ଜାରି ରହିଛି।



