ଚେନ୍ନାଇ: ଅର୍ଥ ଅଭାବ ଯୋଗୁଁ କାଠକଟା ମେସିନରେ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା । ପଲଭରମ ପୋଝୀଚଲୁରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଚେନ୍ନାଇର ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ୨ ପିଲାଙ୍କୁ କାଠ କାଟିବା ମେସିନରେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି ।
ପ୍ରକାଶ ନାମକ ଏହି ୪୨ ବର୍ଷୀୟ ବ୍ୟକ୍ତି ଜଣଙ୍କ ଏକ ଆୟୁର୍ବେଦିକ ଦୋକାନ କରିଥିବା ବେଳେ ଅର୍ଥାଭାବ ପାଇଁ ଏପରି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ବ୍ୟକ୍ତି ଜଣକ ଗଳା କାଟିବା ପାଇଁ କାଠ କାଟିବା ମେସିନର ବ୍ୟବହାର କରିଥିବା ସ୍ଥାନୀୟ ଲୋକ ମାନେ କହିଛନ୍ତି ।
ପୋଲିସର ସୂଚନା ମୁତାବକ , ଅର୍ଥାଭାବରୁ ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ପଡୋଶୀଙ୍କ ସନ୍ଦେହ ହେବାରୁ ସେ ମୃତକଙ୍କ ଘରକୁ ଯାଇଥିଲେ ଓ ସେଠାରେ ପରିବାର ସମସ୍ତ ସଦସ୍ୟଙ୍କୁ ମୃତ ଅବସ୍ଥାରେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି ।