Breaking PLUSଓଡ଼ିଶାମୁଖ୍ୟ ଖବର
ଭରତପୁର ଥାନାରେ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର- ଭରତପୁର ଥାନାରେ ମହିଳା କମିଶନ ଅଧ୍ୟକ୍ଷା । ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଭରତପୁର ଥାନାରେ ପହଞ୍ଚିଛନ୍ତି । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ପହଞ୍ଚିଥିବା ସୂଚନା ମିଳିଛି । ସେଦିନର ଘଟଣା ନେଇ ଥାନାରେ ପଚରାଉଚରା କରୁଛନ୍ତି ଅଧ୍ୟକ୍ଷା । ‘ମହିଳା କମିଶନ ଏନେଇ ନିଜ ତରଫରୁ ଏକ ମାମଲା ରୁଜୁ କରିଛନ୍ତି ବୋଲି ସେ କହିଛନ୍ତି । ‘ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପିଙ୍କୁ ଚିଠି କରିଛୁ’ । ସଠିକ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯାଉ । ପୀଡିତାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ କହିଛନ୍ତି କମିଶନ ଅଧ୍ୟକ୍ଷା ।