ଓଡ଼ିଆ ଗଳ୍ପଜୀବନଚର୍ଯ୍ୟା

ମହିଳା ଦିବସରେ ମହିଳା ମାନଙ୍କର ଅନୁଚିନ୍ତନ ର ଏକ ଛୋଟ ପରିପ୍ରକାଶ

କ୍ୟାଲେଣ୍ଡରରେ ଗୋଟାଏ ଛକି ପକାଇ ପ୍ରମିଳା ବଡ଼ ପାଟିରେ ସ୍ଵାମୀଙ୍କୁ କହିଲେ,

କ୍ୟାଲେଣ୍ଡରରେ ଗୋଟାଏ ଛକି ପକାଇ ପ୍ରମିଳା ବଡ଼ ପାଟିରେ ସ୍ଵାମୀଙ୍କୁ କହିଲେ,
– ଶୁଣୁଛ, ଆଜି ଫୁଲବୋଉ କାମ କରିବାକୁ ଆସିବିନି। ମାସର ଆଠ ତାରିଖ ଭିତରେ ଛୁଟି ଆରମ୍ଭ କରିଦେଲା।”ଚନ୍ଦ୍ରଶେଖର ବାବୁ କହିଲେ – ତା ଦେହ ଖରାପ ହୋଇଛି କି ?”
-ତା ଦେହ କାହିଁକି ଖରାପ ହେବ ? ନିଶ୍ଚେ ଆଜି କେଉଁ ରାଲି କୁ ଯିବ, ଟଙ୍କା ପାଇବ ବୋଲି। ହେଲେ ମୋତେ କହୁଛି, ମା, ଆଜି ପରା ବିଶ୍ୱ ମହିଳା ଦିବସ। ସେଥିପାଇଁ ଛୁଟି ମୋର ଛୁଟି”
ହସିଦେଇ ଚନ୍ଦ୍ରଶେଖର ବାବୁ କହିଲେ – ଠିକ୍ କଥା, ସେ ବି ଜଣେ ମହିଳା, ମହିଳା ଦିବସ ମନାଇବ ।”ବିରକ୍ତହୋଇ ପ୍ରମିଳା କହିଲେ -ଆଛା ! ସିଏ ଗୋଟେ କି ମହିଳା ?!*ସେ କଣ ଆମ ସମାସ୍କନ୍ଦ ଯେ ମହିଳାଦିବସ ମନାଇବ ? ବୋକାଙ୍କ ଭଳି ଅନେଇଥିଲେ ଚନ୍ଦ୍ରଶେଖର ବାବୁ ହାପିଓମେନ୍ସଡେ
ସକାଳେ ମର୍ଣ୍ଣିଂଙ୍ଗୱାକରେ ନିରଞ୍ଜନ ବାବୁ ଭେଟିଲେ ଅଫିସ ସହକର୍ମୀ ମୋହିତକୁ। ମୋହିତ ହାତରେ ଫୁଲତୋଡା, ମିଠା ପ୍ୟାକେଟ ଦେଖି ହସିଦେଇ ନିରଞ୍ଜନ ପଚାରିଲେ,
– ଆଜି କିଛି ସ୍ପେଶାଲ ଦିନ କି ?ସକାଳୁ ସକାଳୁ ଫୁଲତୋଡା, ମିଠା ?”
-ସାର, ଆଜି ଓମେନ୍ସ ଡେ। ମୋ ମିସେସ ପାଇଁ ନେଉଛି।”
– ଆଛା, ସ୍ତ୍ରୀଙ୍କୁ ଇଂପ୍ରେସ କରିବା ପାଇଁ ନୂଆପିଢିଙ୍କ ନୂଆ ଫର୍ମୁଲା ?ଆଗରୁ ତ କାହିଁ ଆମ ଦେଶରେ ଏ ମହିଳା ଦିବସ ପାଳନ ହେଉନଥିଲା।”
ହସିଦେଇ ମୋହିତ କହିଲା,- ଆଗରୁ ଅନେକ ଜିନିଷ ହେଉନଥିଲା।
ଇଂପ୍ରେସ ନୁହେଁ ସାର, ବରଂ ନିଜ ଧର୍ମପତ୍ନୀଙ୍କୁ ଟିକେ ନିଜ ହୃଦୟର ଭାବନା ଓ ସମ୍ମାନ ଜଣାଇବା ପାଇଁ।ବର୍ଷର ୩୬୫ ଦିନ ଘର ପରିବାରର ସମସ୍ତ କାମ, ଯତ୍ନ ସେମାନେ ନେଉଛନ୍ତି, ବିନା ବେତନ,ପାରିଶ୍ରମିକରେ। ଗୋଟାଏ ଦିନ ଯଦି ସେମାନଙ୍କୁ ଆମେ ସ୍ପେଶାଲ ବୋଲି ଫିଲ୍ କରାଇପାରିଲେ, ତେବେ ତାହା ହେବ ଆମ କୃତଜ୍ଞତାର ନିଦର୍ଶନ।ଆପଣ ବି ଆଜି ମ୍ୟାଡ଼ମଙ୍କୁ ଫୁଲତୋଡା, ମିଠା ଦେଲେ ଦେଖିବେ କେତେ ଖୁସି ହେବେ, କ୍ରେଡ଼ିଟ ମୋତେ ଦେବାକୁ ଭୁଲିବେନି । ମ୍ୟାଡ଼ମ କଣ କହିଲେ ମୋତେ ଫୋନରେ ଜଣାଇବେ।”ମୋହିତ ଚାଲିଗଲା ପରେ ଘରକୁ ଫେରିବା ଵାଟରେ ନିରଞ୍ଜନ ବାବୁ ଫୁଲତୋଡାଟିଏ ଓ ମିଠା ପ୍ୟାକେଟ, କିଣି ସ୍ତ୍ରୀଙ୍କ ହାତକୁ ବଢ଼ାଇ ଦେଇ କହିଲେ -ହାପି ଓମେନ୍ସ ଡେ।”ଆବାକାବା ହୋଇ ନବଜ୍ୟୋତି ଦେବୀ ତାଙ୍କୁ ଗୋଡ଼ରୁ ମୁଣ୍ଡ ଯାଏଁ ଅନାଇ କହିଲେ -ଫୁଲ ଓ ମିଠା ମୋ ପାଇଁ ! ତମ ମୁଣ୍ଡ, ଦେହପା ଠିକ ଅଛିତ ? ମୋତେ ପା ଡାଇବେଟିସ। କେଉଁଠି ଚମକି ପଡ଼ିଥିଲ କି ? ଅନ୍ଧାରରୁ ଉଠି ଚାଲିବାକୁ ପଳାଉଛ, ନିଶ୍ଚେ କେଉଁ ଡାହାଣୀ ଚିରୁଗୁଣୀ ନଜର ପକାଇଛି।ଚାଲ ତମକୁ ଟିକେ ଝାଡିଦେବି।”ସେପଟୁ ମୋହିତ’ର ଫୋନ -ଫୁଲ ଦେଲେ ? ମ୍ୟାଡ଼ମ କଣ କହିଲେ ?”ନବଜ୍ୟୋତି ପଚାରିଲେ – କାହା ଫୋନ ?”ଫୋନ ବନ୍ଦ କରି ନିରଞ୍ଜନ କହିଲେ – ବ୍ରହ୍ମରାକ୍ଷସ’ର।”

ଦୟାକରି ରାଗିବେ ନାହିଁ।

Show More

Related Articles

Back to top button