ଓଡ଼ିଶାଜୀବନଚର୍ଯ୍ୟାମନୋରଞ୍ଜନସ୍ୱତନ୍ତ୍ର

ଖୁବ୍‍ଶୀଘ୍ର ଭୁବନେଶ୍ୱରରେ ଖୋଲିବାକୁ ଯାଉଛି ୱଣ୍ଡେର୍ଲା ପାର୍କ

ଭୁବନେଶ୍ୱର: ଖୁବ୍‍ଶୀଘ୍ର ଭୁବନେଶ୍ୱରରେ ଖୋଲିବାକୁ ଯାଉଛି ୱଣ୍ଡେର୍ଲା ପାର୍କ । ଯେଉଁଥିରେ ମିଳିବ ମନୋରଞ୍ଜନର ସମସ୍ତ ସୁବିଧା । ଏନେଇ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ବେଙ୍ଗାଲୁରୁ ସ୍ଥିତ ୱଣ୍ଡେର୍ଲା କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମନୋରଞ୍ଜନ ପାର୍କ ସାଙ୍ଗକୁ ରିସୋର୍ଟ ଓ ଅନ୍ୟାନ୍ୟ ସୁବିଧା ପାଇବେ ପର୍ଯ୍ୟଟକ । ସୂଚନା ଅନୁଯାୟୀ,ଭୁବନେଶ୍ୱର ସହରଠାରୁ ଅଳ୍ପ ଦୂରରେ ଥିବା କୁମାରବସ୍ତ ଗାଁରେ ଏହି ମନୋରଞ୍ଜନ ଧର୍ମୀ ପାର୍କ ନିର୍ମାଣ କରାଯିବ। ୫୦.୬୩ ଏକର ପରିମିତ ସ୍ଥାନରେ ନିର୍ମାଣ ହେବାକୁ ଥିବା ଏହି ପାର୍କ ୯୦ ବର୍ଷ ପାଇଁ ଲିଜ୍‍ ନିଆଯାଇଛି। ଏଥିପାଇଁ ଖର୍ଚ୍ଚ ହେବ ୧୧୫ କୋଟି ଟଙ୍କା ।

 ଏହି ମନୋରଞ୍ଜନ ପାର୍କରେ ପର୍ଯ୍ୟଟକଙ୍କୁ ୱେଭ୍‍ ପୁଲ, ଇକୁଇନକ୍ସ ୩୬୦, ମାଭେରିକ୍‍, ଟେକ୍ନୋଜମ୍ପ, ଟ୍ୱିନ୍‍ ଫ୍ଲିପ୍‍ ଟି ରେକ୍ସ, ସ୍ପେସ୍‍ ଜାମ୍‍, ରିକଏଲ୍‍, ମିଶନ୍‍ ଇଣ୍ଟ୍ରେଷ୍ଟଲାର, ୱଣ୍ଡର ସ୍ପଲାସ୍‍, ୱଣ୍ଡ୍ରେଲା ବାମ୍ବା ଥ୍ରିଲ୍‍ ଅନୁଭବ କରିବାର ସୁଯୋଗ ମିଳିବ। ହାଇଥ୍ରିଲ୍‍, ଲ୍ୟାଣ୍ଡ ରାଇଡ, ୱାଟର ରାଇଡ ଓ କିଡ୍ସ ରାଇଡ ଭଳି ୪ଟି ବିଭାଗରେ ଏସବୁ କ୍ରୀଡ଼ା ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ।

ଏତଦ ବ୍ୟାତୀତ, ସପ୍ତାହର ବିଶେଷ ଦିନରେ ବିଭିନ୍ନ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା କରାଯିବ। ଛୋଟ, ବଡ଼, କିଶୋର ଓ ପରିବାର ପାଇଁ ଭିନ୍ନ ଭିନ୍ନ ପ୍ୟାକେଜ୍‍ରେ ମନୋରୋଞ୍ଜନ ପାର୍କକୁ ପ୍ରବେଶ ଶୁଳ୍କ ରଖାଯିବ। ପାର୍କ ସମୟ ଓ ୱାଟର ପାର୍କ ପାଇଁ ଭିନ୍ନ ଭିନ୍ନ ସମୟ ନିର୍ଦ୍ଧାରଣ କରାଯିବ। ସାପ୍ତାହିକ ଛୁଟିଦିନ ସମେତ ଅନ୍ୟ ସମୟରେ ପର୍ଯ୍ୟଟକ କିପରି ଅବସର ବିନୋଦନର ସମସ୍ତ ସୁବିଧା ପାଇବେ ସେଥିପାଇଁ ପାର୍କରେ ବ୍ୟବସ୍ଥା କରାଯିବ।

 

Show More

Related Articles

Back to top button