ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ରାଜ୍ୟରେ ବୃଦ୍ଧି ପାଇଲା ଶ୍ରମିକଙ୍କ ଭତ୍ତା

ମେ ୧ ରୁ ହେବ ଲାଗୁ

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଇଲା ଶ୍ରମିକଙ୍କ ଭତ୍ତା ।  ଶ୍ରମିକ ଦିବସ ପୂର୍ବରୁ ଶ୍ରମିକମାନଙ୍କ ପାଇଁ ଆସିଲା ଖୁସି ଖବର। ଶ୍ରମିକଙ୍କ ଭତ୍ତା ୧୧ ଟଙ୍କାକୁ ବୃଦ୍ଧି କଲେ ସରକାର । ସମସ୍ତ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ିଛି। ଏନେଇ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଶ୍ରମିକ ଦିବସରୁ ଲାଗୁ ହେବ ଏହି  ମହଙ୍ଗା ଭତ୍ତା । ପୂର୍ବରୁ ଅଣକୁଶଳୀ ଶ୍ରମିକମାନେ ୩୧୫ ଟଙ୍କା ପାରିଶ୍ରମିକ ପାଉଥିଲେ। ଏବେ ସେମାନଙ୍କୁ ୩୨୬ ଟଙ୍କା ମିଳିବ। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ୩୫୫ ଟଙ୍କା ପରିବର୍ତ୍ତେ ୩୬୬ ଟଙ୍କା ମିଳିବ। କୁଶଳୀ ଶ୍ରମିକ ପୂର୍ବରୁ ୪୦୫ ଟଙ୍କା ପାଉଥିବା ବେଳେ ଏଣିକି ସେମାନଙ୍କୁ ୪୧୬ ଟଙ୍କା ମଜୁରି ମିଳିବ। ସେହିଭଳି ଅତି କୁଶଳୀ ଶ୍ରମିକଙ୍କୁ ୪୬୫ ଟଙ୍କା ବଦଳରେ ୪୭୬ ଟଙ୍କା ଦୈନିକ ମଜୁରି ମିଳିବ।

Show More

Related Articles

Back to top button