ଓଡ଼ିଶା
ଯମୁନେତ୍ରୀ ହାଇୱେରେ ନିର୍ମାଣଧୀନ ସୁଡଙ୍ଗ ଭାଙ୍ଗିବା ଯୋଗୁ ଫସିଲେ ଶ୍ରମିକ
ଉତ୍ତରକାଶୀ- ଉତ୍ତରାଖଣ୍ଡରେ ଯମୁନେତ୍ରୀ ହାଇୱେ ଉପରେ ଅଲୱେଦର ରୋଡ ଯୋଜନାରେ ସବୁଠୁ ଲମ୍ବା ସିଲକ୍ୟାରାରୁ ଡଣ୍ଡାଲଗାଓଁ ପର୍ଯ୍ୟନ୍ତ ଡବଲ ଲେନ ନିର୍ମାଣଦୀନ ସୁଡଙ୍ଗର ଏକ ଅଂଶ ଭାଙ୍ଗିବା ଯୋଗୁ 12ରୁ ଅଧିକ ଶ୍ରମିକ ଫସି ରହିଛନ୍ତି । ସିଲକ୍ୟାରାଠାରୁ 179 ମିଟର ଆଗରେ ଭୂସ୍ଖଳନ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଅଘଟଣ ପରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଓ ଏସଡିଆରଏଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ଏସପି ମଧ୍ୟ ପହଞ୍ଚିଛନ୍ତି । ଏହି ସୁଡଙ୍ଗର ଲମ୍ବ 4.5 କିଲୋମିଟର ଅଟେ । ଏହି ସୁଡଙ୍ଗର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ଅଛି । 4 କିଲୋମିଟର ପର୍ଯ୍ୟନ୍ତ ଖୋଳା ସରିଛି । ପ୍ରାୟ 853 କୋଟି ଟଙ୍କା ବିନିମୟରେ ଏହି ସୁଡଙ୍ଗ ନିର୍ମାଣ ହେଉଛି । ଏହି ଅତ୍ୟାଧୁନିକ ସୁଡଙ୍ଗ ନିର୍ମାଣରେ 7ଶହରୁ 8ଶହ ଶ୍ରମିକ ଦିନ ରାତି କାମ କରୁଛନ୍ତି । 2024 ଫେବୃୟାରୀ ସୁଦ୍ଧା ଏହାର କାମ ସରିବ ।