ରାଜଧାନୀରେ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଗୁ ହେଲା ୟେଲୋ ୱାର୍ଣ୍ଣିଂ
ସିନେମା ହଲ୍ ସହ ଶିକ୍ଷାନୁଷ୍ଠାନ ବନ୍ଦ

ଦିଲ୍ଲୀରେ ଦିନକୁ ଦିନ ଓମିକ୍ରନ ସଂକ୍ରମଣ ବଢ଼ୁଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି । ଏହା ସହ କିଛି ନୂଆ କଟକଣା ଲଗାଇଛନ୍ତି । ଏହି ନୂଆ କଟକଣା ଅନୁସାରେ ମେଟ୍ରୋରେ ୫୦ ପ୍ରତିଶତ ଲୋକ ଯାତାୟତ କରିପାରିବେ । ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଙ୍ଗ ସେଣ୍ଟର ସହିତ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ ।
ବାହାଘର, ଅନ୍ତିମ ସଂସ୍କାର ଭଳି କାର୍ଯ୍ୟକ୍ରମରେ ୨୦ ଜଣରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ଯୁଗ୍ମ-ଅଯୁଗ୍ମ ନିୟମ ଅନୁସାରେ ଖୋଲିବ । କେଜ୍ରିୱାଲ ସରକାର ଏନେଇ ନୂଆ ନିୟମ ଜାରି କରିଛନ୍ତି ।
ଦିଲ୍ଲୀର ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ନିମ୍ନୋକ୍ତ ନୂଆ କଟକଣା ଲାଗୁ କରାଯାଇଛି :-
* ଦିଲ୍ଲୀରେ ରାତ୍ରି କାଳୀନ କର୍ଫ୍ୟୁ ରାତି ୧୦ଟାରୁ ଆରମ୍ଭ ହୋଇ ସକାଳ ୫ ଟାରେ ସରିବ ।
* ସପ୍ତାହନ୍ତ କର୍ଫ୍ୟୁ ରହିବ ନାହିଁ ।
* ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ସପିଂମଲ ଯୁଗ୍ମ ଅଯୁଗ୍ମ ନିୟମରେ ସକାଳ ୧୦ଟାରୁ ରାତି ୮ଟା ଯାଏଁ ଖୋଲିବ ।
* ନିର୍ମାଣ କାର୍ଯ୍ୟ ଚାଲୁରହିବା ସହ ଶିଳ୍ପ ଉଦ୍ୟୋଗ ଖୋଲା ରହିବ ।
* ରେଷ୍ଟୁରାଣ୍ଟ, ଦିଲ୍ଲୀ ମେଟ୍ରୋ ଓ ବାର୍ରେ ୫୦ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ ।
* ବେଙ୍କୁଏଟ ହଲ ଓ ଅଡିଟୋରିୟମ ବନ୍ଦ ରହିବ ।
* ସେଲୁନ ଓ ବିଉଟି ପାର୍ଲର ବନ୍ଦ ରହିବ।
* ସ୍ପା, ଜିମ, ଯୋଗ କେନ୍ଦ୍ର, ଏଣ୍ଟରଟେନମେଣ୍ଟ ପାର୍କ ବନ୍ଦ ରହିବ ।
* ଦିଲ୍ଲୀରୁ ଅନ୍ୟ ରାଜ୍ୟକୁ ଯାଉଥିବା ବସରେ ୫୦ପ୍ରତିଶତ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ ।
* ଅଟୋ, ଇ-ରିକ୍ସା, ଟ୍ୟାକ୍ସି ଓ ସାଇକେଲ ରିକ୍ସାରେ ଦୁଇଜଣ ବସିପାରିବେ ।
* ସ୍ପୋଟସ କମ୍ପ୍ଲେକ୍ସ ,ଷ୍ଟାଡିୟମ ସ୍ୱିମିଙ୍ଗ ପୁଲ ବନ୍ଦ ରହିବ ।
* ପବ୍ଲିକ ପାର୍କ ଖୋଲା ରହିବ ।
* ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟ ବନ୍ଦ ରହିବ ।