ଲକ୍ଷ୍ନୌ: ହୋଟେଲରେ ଅଗ୍ନିକାଣ୍ଡ ଘଟିବା ପରେ ଆକ୍ସନ ମୁଡ୍ରେ ଅଛନ୍ତି ଯୋଗୀ ସରକାର। ଗତ ୫ ତାରିଖରେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଥିବା ଲେଭନା ସୁଇଟ୍ସ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ୧୯ ଅଫିସରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେଥିମଧ୍ୟରୁ ସୁରକ୍ଷାରେ କୋହଳ ଯୋଗୁଁ ୧୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ଶନିବାର ରାତିରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଯୋଗୀ ଆଦିତ୍ୟନାଥ। କେବଳ ସେତିକି ନୁହେଁ ପୂର୍ବ ନିୟମ ଅନୁସାର ୪ ଅବସରପ୍ରାପ୍ତ ଅଫିସରଙ୍କର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସୂଚନା ମିଳିଛି। କିଛି ଅଗ୍ନିଶମ ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୫ ତାରିଖରେ ହୋଟେଲ ଭିତରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଏକାଧିକ ଆହତ ହୋଇଥିଲେ। ଏହି ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି ତଦନ୍ତ କରି ୧୯ ଜଣଙ୍କ ବିରୋଧରେ ଅନିୟମିତ ଓ ଅବହେଳା କରିଥିବା ସୂଚନା ଦର୍ଶାଇଛନ୍ତି। ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌ ପୁଲିସ କମିଶନର ଏସ୍ବି ଶିରଦକାର ଏବଂ ଡିଭିଜୋନାଲ କମିଶନର ରୋଶନ ଜାକୋବ ସୂଚନା ଦେଇଛନ୍ତି। ଘଟଣାରେ ଗୃହମନ୍ତ୍ରାଳୟ ବିଭାଗର କର୍ମଚାରୀ, ଶକ୍ତି ବିଭାଗ ଅଫିସର, ନିଯୁକ୍ତି ଓ ପୁଲିସ ଅଫିସର ବିଭାଗ, ଗୃହ ଓ ସହରୀକରଣ ଯୋଜନା ବିଭାଗ ଓ ଅବକାରୀ ବିଭାଗରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନାମିଳିଛି।
Related Articles
Check Also
Close