Breaking PLUSଦୁର୍ଘଟଣାମୁଖ୍ୟ ଖବର
ନିଜ ଶୋଇବା ଘରେ ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡା: ନିଜ ଶୋଇବା ଘରେ ଦଉଡି ଦେଇ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ରାଜକନିକା ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ସାତଘରିଆ ଗାଁରେ ଜଣେ ଯୁବତୀ ଆଜି ନିଜ ଶୋଇବା ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏହା ପ୍ରେମ ଜନିତ ଘଟଣା ବୋଲି ପୋଲିସ ସନ୍ଦେହ କରୁଛି । ଘରେ କେହି ନଥିବା ସମୟରେ ଯୁବତୀ ଜଣଙ୍କ ନିଜ ଓଢଣିକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ରାଜକନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆଳି ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ବାସ୍ତବ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି l