ଆପଣ ଗାଡ଼ିରେ ଲାଗିଥିବା Fastag ପୁରୁଣା ହୋଇ ଯାଇନି ତ? ହୋଇପାରେ ଜରିମନା
ଗାଡ଼ିରେ ଲାଗିଥିବା ଫାସ୍ଟ୍ୟାଗ୍ ଅଧିକ ପୁରୁଣା ହୋଇଗଲେ ଟୋଲ ପ୍ଲାଜା ଅତିକ୍ରମ କରିବା ବେଳେ ଏହା ମାନ୍ୟ ହେବନାହିଁ। ଏଣୁ ଟୋଲ ପ୍ଲାଜାରେ ଏଥିଲାଗି ପାଇବାକୁ ଥିବା ସୁବିଧା ବଦଳେ ଆପଣଙ୍କୁ ପେନାଲ୍ଟି ଦେବାକୁ ପଡିପାରେ। ଏଣୁ ଯଦି ଗାଡିରେ ପୁରୁଣା ଫାସ୍ଟ୍ୟାଗ୍ ଲାଗିଥାଏ ତେବେ ତୁରନ୍ତ ଏହାକୁ ବଦଳାଇ ନୂଆ କରି ନିଅନ୍ତୁ।

ଗାଡି ଦୂରକୁ ନେଇ ଯିବା ପୂର୍ବରୁ ପ୍ରଥମେ ଫାସ୍ଟ୍ୟାଗର ବୈଧତା ଯାଞ୍ଚ କରିନିଅନ୍ତୁ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଫାସ୍ଟ୍ୟାଗର ଏକ ବୈଧ ସମୟ ନିର୍ଦ୍ଧାରିତ ରଖିଛନ୍ତି। ଏହି ବୈଧତା ପୂରଣ ହେବା ପରେ ଏହା କୌଣସି ଟୋଲ ପ୍ଲାଜାରେ ମାନ୍ୟ ହେବନାହିଁ। ଏଣୁ ଏଥିଲାଗି ମିଳୁଥିବା ସୁବିଧା ବଦଳେ ଆପଣଙ୍କୁ ଦୁଇଗୁଣା ଶୁଳ୍କ ପୈଠ କରିବା ସହ ଅଯଥା ସମୟ ନଷ୍ଟ ମଧ୍ୟ କରିବେ। ଜାତୀୟ ରାଜମାର୍ଗ ପ୍ରାଧିକରଣଙ୍କ ଅନୁସାରେ ଫାସ୍ଟ୍ୟାଗର ବୈଧତା ୫ ବର୍ଷ ପର୍ଯ୍ୟନ୍ତ ରହିଛି। ଦେଶରେ ନଭେମ୍ବର ୨୦୧୬ରେ ପ୍ରଥମ ଥର ଫାସ୍ଟ୍ୟାଗ୍ର ପ୍ରଚଳନ ଆରମ୍ଭ ହୋଇଥିଲା। ସେହିବର୍ଷରୁ ନୂଆ ବାହନ ବିକ୍ରିରେ ଫାସ୍ଟ୍ୟାଗ୍ ଅନିବାର୍ଯ୍ୟ ହୋଇଥିଲା। ଏଣୁ ସେବେଠାରୁ ଗାଡି ସୋରୁମରୁ ବାହାରିବା ସହ ଫାସ୍ଟ୍ୟାଗ୍ ଲାଗି ବାହାରୁଛି। ଏଣୁ ଯେଉଁମାନେ ୨୦୧୬ ନଭେମ୍ବର ପରେ ବାହନ କ୍ରୟ କରିଛନ୍ତି ସେମାନଙ୍କ ବାହନର ଫାସ୍ଟ୍ୟାଗ୍ ନିର୍ଦ୍ଧାରିତ ସମୟ ସୀମା ପାର ହୋଇଗଲାଣି। ଏଣୁ ସେମାନେ ବାହନ ଲାଗି ନୂଆ ଫାସ୍ଟ୍ୟାଗ୍ ନେଇନେବା ଦରକାର ।
ଏଣୁ ଫାସ୍ଟ୍ୟାଗ ବଦଳାଇବା ପୂର୍ବରୁ ଦେଖି ନିଅନ୍ତୁ ଏହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ କନେକ୍ଟ ନାହିଁତ। ଯଦି ଥାଏ ତେବେ ବ୍ୟାଙ୍କ ସହ ଯୋଗାଯୋଗ କରି ନୂଆ ଫାସ୍ଟ୍ୟାଗ୍ ନେଇ ପାରିବେ। ଏହା ଦ୍ୱାରା ପୁରୁଣା ଫାସ୍ଟ୍ୟାଗ୍ରେ ଥିବା ବଳକା ଅର୍ଥ ନୂଆ ଫାସଟ୍ୟାଗ୍ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ। ତେବେ ପୁରୁଣା ଫାସ୍ଟ୍ୟାଗର ଯେପରି ଭୁଲ ଉପଯୋଗ ନ ହୁଏ ତାର ଦାୟିତ୍ୱ ମଧ୍ୟ ଆପଣଙ୍କର। ଏଣୁ ପୁରୁଣା ଫାସଟ୍ୟାଗ୍କୁ ନଷ୍ଟ କରିବେ, ଯେପରି କେହି ତାର ଉପଯୋଗ ନ କରିପାରନ୍ତି। ଫାସଟ୍ୟାଗ୍ରେ ଏକ କ୍ଷୁଦ୍ର ଚିପ୍ ରହିଛି। ଏହା ସହଜରେ ଖରାପ ହୁଏ ନାହିଁ। ତେବେ ଅଧିକ ପୁରୁଣା ହେବା ଯୋଗୁ ବୈଷୟିକ ତ୍ରୁଟି ଉପୁଜିବା ଆଶଙ୍କାରେ ଏହାର ବୈଧତା ୫ ବର୍ଷ ରାଖାଯାଇଥିଲା ବୋଲି ଏନଏଚଏଆଇ କହିଛନ୍ତି।