କିଭଳି ଜାଣିବେ ହୃଦଘାତର ସଂକେତ? ପଢନ୍ତୁ ସମ୍ପୂର୍ଣ୍ଣ ଖବର ଆଉ ସୁରକ୍ଷିତ ରୁହନ୍ତୁ
ଆଜିକାଲି ଲୋକ ମାନଙ୍କ ଶରୀର ସମସ୍ୟା ହେଉଛି ଏକ ମୁଖ୍ୟ ସମସ୍ୟା। ମାର୍କେଟ ରେ ଯେଉଁ ଭଳିଆ ଭେଜାଲ ଖାଦ୍ୟ ମିଳୁଛି ସେଥିରେ ଲୋକ ଙ୍କ ର ସ୍ବାସ୍ଥ୍ୟ ବହୁତ ଖରାପ ହେଉଛି । କିନ୍ତୁ ଆଜି ଆମେ ଜାଣିବା ହୃଦଘାତ ର କିଛି ଲକ୍ଷଣ ସମ୍ବନ୍ଧରେ। ବେଳେବେଳେ ଶରୀରର କିଛି ଅଂଶ ଝିମଝିମ୍ ଅନୁଭବ ହେବା ସହ କିଛି ଅଂଶ ସମ୍ପୂର୍ଣ୍ଣ ଅସ୍ଥିର ଏବଂ ଥଣ୍ଡା ହୋଇଯାଏ । ତେବେ ଏହା ଆମକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ। କାରଣ ଏହା ହୃଦଘାତ ଜନିତ ସମସ୍ୟା ହୋଇପାରେ। ଆସନ୍ତୁ ଶରୀର କିଛି ପାର୍ଟ ବିଷୟରେ ଜାଣିବା ଯାହାର ଅସ୍ଥିରତା ହୃଦଘାତ ରୋଗ କୁ ସୂଚିତ କରିଥାଏ।
ବାମ କାନ୍ଧ ର ଅସ୍ଥିରତା
ବାମ କାନ୍ଧରେ ଅସ୍ଥିରତା ଦେଖା ଦେବା, ସାମାନ୍ୟ କିମ୍ବା ପ୍ରବଳ ଯନ୍ତ୍ରଣା କାନ୍ଧରେ ଦେଖାଯାଏ ଏହାକୁ ଅଣଦେଖା କରିବା ଉଚିତ୍ ନୁହେ କାରଣ ଏହି ଲକ୍ଷଣ ହୃଦଘାତ ପୂର୍ବ ରୁ ଦେଖାଯାଇଥାଏ ।
ବେକ ରେ ଅସ୍ଥିରତା
ସାଧାରଣତଃ ଠିକ୍ ଭାବରେ ନ ଶୋଇଲେ କିମ୍ବା ଖରାପ ସ୍ଥିତି ହେତୁ ବେକ ଅସ୍ଥିର ହୋଇଯାଏ ଏବଂ ଝିମଝିମ ପଣ ବେକରେ ଅଧିକ ସମୟ ଧରି ରହିଥାଏ ତେବେ ଏହା ହୃଦଘାତ ର ସଂକେତ ଅଟେ।
ବାମ ବାହୁ ରେ ଅସ୍ଥିରତା
କେବଳ କାନ୍ଧ ନୁହେଁ ହୃଦଘାତର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ରେ ବାମ ହାତ ର ଅସ୍ଥିରତା ମଧ୍ୟ ଅନ୍ତର୍ଭୁକ୍ତ ଏବଂ ଏହି ସମସ୍ୟା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ ।
ପିଠି ରେ ଅସ୍ଥିରତା
ହୃଦଘାତ ର ପ୍ରାରମ୍ଭିକ ଲକ୍ଷଣ ଗୁଡିକରେ ପିଠିର ଅସ୍ଥିରତା ମଧ୍ୟ ଅନ୍ତର୍ଭୁକ୍ତ ଅଟେ।
ଯଦି ଏହି ସବୁ ଲକ୍ଷଣ ଦେଖା ଯାଉଥାଏ ତେବେ ଏହା ହୃଦଘାତ କୁ ସୂଚାଇ ଥାଏ ।