ଓଡ଼ିଶାମୁଖ୍ୟ ଖବରରାଜନୀତି

କ୍ରସ୍ ଭୋଟିଂ: ୩ କଂଗ୍ରେସ ବିଧାୟକ ନିଲମ୍ବିତ

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗରେ କଂଗ୍ରେସ ୩ ବିଧାୟକଙ୍କୁ ନିଲମ୍ବନ କରିଛି। ସାନଖେମୁଣ୍ଡିର ରମେଶ ଜେନା, ମୋହନାର ଦାଶରଥୀ ଗମାଙ୍ଗୋ ଓ ବାରବାଟୀ-କଟକର ସୋଫିଆ ଫିର୍ଦ୍ଦୋସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଦଳୀୟ ହୁଇପ୍ ଉଲ୍ଲଘଂନ କରି ସେମାନେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିବାରୁ ଏହି ଆକ୍ସନ୍ ନିଆଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପ୍ରଦେଶ କଂଗ୍ରେସ କମିଟି ଏହି ସିଦ୍ଧାନ୍ତ ନେଇଛି।
ଏହା ସହିତ ନିଲମ୍ବିତ ବିଧାୟକମାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯିବ ବୋଲି ଦଳ ଜଣାଇଛି।
ଅନ୍ୟପଟେ, ବିଜେଡିର କିଛି ବିଧାୟକଙ୍କ ବିରୋଧରେ ମଧ୍ୟ କ୍ରସ୍ ଭୋଟିଂ ଅଭିଯୋଗ ଉଠିଛି। ଏହାକୁ ନେଇ ବିଜେଡି ନେତାମାନେ ଟଙ୍କା ଲେନଦେନ ଓ ଘୋଡ଼ା ବେପାର ଅଭିଯୋଗ ଆଣିଥିବାବେଳେ, ଏପରି କାର୍ଯ୍ୟକୁ ଜନତା ଦ୍ୱାରା ବିରୋଧ କରିବାକୁ ଦଳ ଆହ୍ୱାନ କରିଛି।

Show More

Related Articles

Back to top button