ଗ୍ୟାସ ଜନିତ ସମସ୍ୟାରୁ ଡାଇଜିନ୍ ନେଉଥିଲେ ସାବଧାନ ହୋଇଯାନ୍ତୁ । ସର୍ତକ କଲା DCGI

ସାଧାରଣତଃ ପେଟରେ ଗ୍ୟାସ ବା ଯନ୍ତ୍ରଣା ହେଲେ ତୁରନ୍ତ ଗୋଲାପୀ ରଙ୍ଗର ଡାଇଜେନ୍ ପିଇଦେଇଥାଉ। କିନ୍ତୁ ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତି କାରକ। ଯାହାକୁ ନେଇ ସର୍ତକ ସୂଚନା ଦେଲା ଡ୍ରଗ୍ କଣ୍ଟ୍ରୋଲ୍ ଜେନେରାଲ୍ ଅଫ୍ ଇଣ୍ଡିଆ(DCGI) । ଏହି ସିରପ୍ ଏବଂ ଜେଲ୍ ବିରୋଧରେ ଡାକ୍ତରମାନଙ୍କୁ ଏକ ଆଡଭାଇଜରୀ ଆଲର୍ଟ ଜାରି କରାଯାଇଛି । ଖବର ଅନୁସାରେ ଏହି ଡାଇଜିନ୍ Abbott କମ୍ପାନୀ ଦ୍ୱାରା ନିର୍ମିତ। DCGI ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ୯ରେ ଗ୍ରାହକଙ୍କ ଅଭିଯୋଗ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଜଣେ ଗ୍ରାହକ ଜଣାଇଥିଲେ ଯେ ଡାଇଜିନ ଏକ ବୋତଲର ସାଧାରଣ ସ୍ୱାଦ ମିଠା ଏବଂ ଏହା ହାଲୁକା ଗୋଲାପୀ ରଙ୍ଗର। ସେହିପରି ଏହି ବ୍ୟାଚର ଦ୍ୱିତୀୟ ବୋତଲ ପିତା ସ୍ୱାଦ ଏବଂ ଗନ୍ଧ ସହିତ ଧଳା ରଙ୍ଗରେ ଆସୁଛି। ଏହା ପରେ Abbott କମ୍ପାନୀ କହିଛି ଯେ ଅଗଷ୍ଟ ୧୧ରେ ସେ ଏହି ବ୍ୟାଚରେ ପ୍ରସ୍ତୁତ ଡାଇଜିନ ଜେଲ୍ ପ୍ରତ୍ୟାହାର କରି ନେଇଥିଲେ। ଗ୍ରାହକମାନେ ଏହା କହିଥିଲେ ଯେ ଧଳା ଜେଲର ସ୍ୱାଦ ତିକ୍ତ ଏବଂ ଏହାର ଏକ ଭିନ୍ନ ଗନ୍ଧ ମଧ୍ୟ କରୁଛି। ସୁରକ୍ଷା ଚିନ୍ତାଧାରାକୁ ଦୃଷ୍ଟିରେ ରଖି DCGI ରୋଗୀ ଏବଂ ଗ୍ରାହକଙ୍କୁ Abbott ଗୋଆ ପ୍ଲାଣ୍ଟରେ ଉତ୍ପାଦିତ ଆଣ୍ଟାସିଡ ଜେଲ ଖାଇବା ବନ୍ଦ କରିବାକୁ କହିଛି।
ତେବେ ରୋଗୀର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏହାର ୱେବସାଇଟରେ DCGI ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଧଳା ରଙ୍ଗର ଦ୍ରବ୍ୟ ଅସୁରକ୍ଷିତ ହୋଇପାରେ ଏବଂ ଏହାର ବ୍ୟବହାର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। DCGI ଏହା ମଧ୍ୟ କହିଛି ଯେ ହୋଲସେଲରମାନେ ପ୍ରଭାବିତ ଉତ୍ପାଦକୁ ବଣ୍ଟନ ପୂର୍ବରୁ ଏହାର ସକ୍ରିୟ ସେଲଫି ମଧ୍ୟରେ ଅପସାରଣ କରିବା ଉଚିତ୍। କେବଳ ଏତିକି ନୁହେଁ ଉକ୍ତ ଦ୍ରବ୍ୟର ବ୍ୟବହାର ଦ୍ବାରା ହେଉଥିବା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଡାକ୍ତରମାନେ ସେମାନଙ୍କ ରୋଗୀଙ୍କୁ ଅବଗତ କରାଇବା ଉଚିତ୍। ତେବେ ଏହି ନିଷ୍ପତ୍ତି ଯୋଗୁଁ କମ୍ପାନୀ ବହୁତ କ୍ଷତି ସହିଛି।