ଦିନକରେ ସର୍ବାଧିକ ୨୨୫ ପଜିଟିଭ୍ ଚିହ୍ନଟ, ୨୯ଟି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି I ବିଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୫ଟି ନୂତନ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି I ସେଥିରୁ ୧୯୬ ଜଣ ସଂକ୍ରମିତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୯ଟି ମାମଲା ହେଉଛି ସ୍ଥାନୀୟ I ଏନେଇ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି I
COVID-19 REPORT FOR 12th JUNE
New positive cases: 225
In quarantine: 196
Local contacts: 29(Details of local contacts will be shared by concerned Districts Administration)
District Wise Cases
1. Jagatsinghpur: 13
2. Khordha: 19
3. Nayagarh: 7
4. Cuttack: 92
5. Dhenkanal: 7— I & PR Department, Odisha (@IPR_Odisha) June 13, 2020
ଆଜି କଟକରୁ ସର୍ବାଧିକ ୯୨ ଜଣ ଚିହ୍ନଟ ହୋଇଛନ୍ତି I ଗଞ୍ଜାମରୁ ୨୦, ଖୋର୍ଦ୍ଧାରୁ ୧୯, ବାଲେଶ୍ୱରରୁ ୨, କେନ୍ଦ୍ରାପଡ଼ାରୁ ୪, ଭଦ୍ରକରୁ ୫, ପୁରୀରୁ ୧୫, ଜଗତସିଂହପୁରରୁ ୧୩, ବଲାଙ୍ଗିରରୁ ୧୨, ସୁନ୍ଦରଗଡ଼ରୁ ୧, ନୟାଗଡ଼ରୁ ୭, ମୟୂରଭଞ୍ଜରୁ ୯, କନ୍ଧମାଳରୁ ୧୫, ଢେଙ୍କାନାଳରୁ ୭, କଳାହାଣ୍ଡିରୁ ୩, ଅନୁଗୁଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି Iନୂତନ ୨୨୫ ମାମଲା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି ପାଇଛି I ରାଜ୍ୟରେ ୨୪୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି I ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୨୩୬ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି I