Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ବାସୁଦେବପୁରରେ ଭୟାବହ ଅଗ୍ନିକାଣ୍ଡ, ୩ ଦୋକାନ ଜଳି ପାଉଁଶ

ବାସୁଦେବପୁର: ସହରର ଅଟଳ ବିହାରୀ ମହାବିଦ୍ୟାଳୟ ମାର୍ଗରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ଜଳି ପାଉଁଶ ହୋଇଯାଇଛି। ବିଦ୍ୟୁତ ସଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।

ଅଗ୍ନିକାଣ୍ଡରେ ସେକ୍‌ ରାଜୁଙ୍କ ଷ୍ଟିଲ୍‌ ପାର୍ଟିସନ୍‌ ଦୋକାନ, ସେକ୍‌ ବାବୁଲାଙ୍କ ବିଦ୍ୟୁତ ସାମଗ୍ରୀ ଦୋକାନ ଏବଂ ସେକ୍‌ ସର୍ଜୁଙ୍କ ଷ୍ଟିଲ୍‌ ଓ ସିଲଭର୍‌ ପାର୍ଟିସନ୍‌ ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳିଯାଇଛି। ରାତିରେ ଦୋକାନ ବନ୍ଦ କରି ମାଲିକମାନେ ଦୋକାନ ପଛପଟେ ଥିବା ଘରକୁ ଯାଇଥିଲେ।

ହଠାତ୍‌ ସେକ୍‌ ବାବୁଲାଙ୍କ ଦୋକାନ ଭିତରୁ ଜୋର୍‌ ଶବ୍ଦ ଶୁଣାଯିବା ସହ ଧୂଆଁ ବାହାରିଥିଲା। ଏହା ଦେଖି ଦୋକାନ ମାଲିକଙ୍କ ସମେତ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ ଦୋକାନଗୁଡ଼ିକରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। କ୍ଷୟକ୍ଷତିର ପରିମାଣ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Show More

Related Articles

Back to top button