Breaking PLUSଓଡ଼ିଶାମୁଖ୍ୟ ଖବର

ବିକଶିତ ଭାରତ-୨୦୪୭ ଲକ୍ଷ୍ୟ: ଶେଷ ହେଲା ଜାତୀୟ ସହରାଞ୍ଚଳ ସମ୍ମିଳନୀ

ଭୁବନେଶ୍ୱର: ସହରାଞ୍ଚଳର ଶାସନ ବ୍ୟବସ୍ଥା, ଭିତ୍ତିଭୂମି ବିକାଶ ଓ ନାଗରିକ ସେବାରେ ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ସହ ରବିବାର ଶେଷ ହୋଇଛି ଜାତୀୟ ସହରାଞ୍ଚଳ ସମ୍ମିଳନୀ-୨୦୨୬। ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲ ପାଇଁ ସ୍ଥାୟୀ ଓ ସମନ୍ୱିତ ସହରାଞ୍ଚଳ ବିକାଶ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା।

ସମାପନ ସମାରୋହରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ, ଓଡ଼ିଶାର ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଓ ନୀତି ଆୟୋଗ ସଦସ୍ୟ ରାଜୀବ ଗୌବା ପ୍ରମୁଖ ଯୋଗ ଦେଇଥିଲେ।

ମନୋହର ଲାଲ ସୁଲଭ ଗୃହ, ଜଳ ଓ ପରିମଳ ବ୍ୟବସ୍ଥା ସହ ବର୍ଜ୍ୟବସ୍ତୁର ବୈଜ୍ଞାନିକ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ। ରାଜୀବ ଗୌବା ଛୋଟ ସହରଗୁଡ଼ିକୁ ଅଧିକ ପ୍ରଶାସନିକ କ୍ଷମତା ଓ ଆର୍ଥିକ ସ୍ୱାୟତ୍ତତା ପ୍ରଦାନ ସହ ପୌରସଂସ୍ଥାରେ ସଂସ୍କାର ଆବଶ୍ୟକ ବୋଲି କହିଥିଲେ।

ସମ୍ମିଳନୀର ସାତଟି ବୈଷୟିକ ଅଧିବେଶନରେ ପଦଚାରୀଙ୍କ ଅଧିକାର, ସୁଲଭ ଗୃହ, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା, ସହର ଯୋଜନା ଏବଂ ପୌର ଆଇନରେ ସଂସ୍କାର ଉପରେ ଆଲୋଚନା ହୋଇଥିଲା।

ଏହି ଅବସରରେ ବ୍ୟବହୃତ ଜଳର ପୁନଃବ୍ୟବହାର ପାଇଁ ଡିଜିଟାଲ୍‌ ପ୍ଲାଟଫର୍ମ, ସହରାଞ୍ଚଳ ଆହ୍ୱାନ ପାଣ୍ଠି ପୋର୍ଟାଲ୍‌ ଓ ପୌର ଆର୍ଥିକ ତଥ୍ୟ କେନ୍ଦ୍ର ଆରମ୍ଭ କରାଯାଇଥିଲା। ଏଥିସହ ଜାଇକା ଓ କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ଏବଂ ପରିବେଶ ଇଞ୍ଜିନିୟରିଂ ସଂଗଠନ ମଧ୍ୟରେ ବ୍ୟବହୃତ ଜଳର ପୁନଃବ୍ୟବହାର ନେଇ ବୈଷୟିକ ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା।

Show More

Related Articles

Back to top button