Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଚିହ୍ନଟ ୫ ଓମିକ୍ରନ୍ ସଂକ୍ରମିତଙ୍କ ମଧ୍ୟରୁ ୪ଜଣ ବିଦେଶ ଫେରନ୍ତା

ଅନ୍ୟ ଜଣଙ୍କର ନାହିଁ ଅନ୍ତରାଷ୍ଟ୍ରୀୟ ଟ୍ରାଭେଲ୍ ହିଷ୍ଟ୍ରି : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଗୁରୁବାର ରାଜ୍ୟରେ ୫ ନୂଆ ଓମିକ୍ରନ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ୪ ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ବୟସ ୨୨ ରୁ ୪୪ ବର୍ଷ ମଧ୍ୟରେ ହେବ । କତାରରୁ ଜଣେ, ୟୁଏଇରୁ ୨ ଜଣ, କଙ୍ଗୋରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ଏହି ୪ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଥିବା ବେଳେ, ଆଉ ଜଣେ ଆକ୍ରାନ୍ତଙ୍କ ଅନ୍ତରାଷ୍ଟ୍ରୀୟ ଟ୍ରାଭେଲ ହିଷ୍ଟ୍ରି ନଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସେ ରାୟପୁର ଓ ହାଇଦ୍ରାବାଦ ଯାଇଥିବା ସୂଚନା ରହିଛି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଥିବା ବେଳେ କିଛି ବ୍ୟକ୍ତି ପଜିଟିଭ ହୋଇଛନ୍ତି । ସମସ୍ତ ଚି଼ହ୍ନଟଙ୍କ ଜେନମ ସିକ୍ୟୁଏନ୍ସିଂ ପାଇଁ ପଠାଯିବା ସହ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଏହି ୫ ଜଣଙ୍କୁ ମିଶାଇ ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।

Show More

Related Articles

Back to top button