Breaking PLUSଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ସବ-ଟ୍ରେଜେରୀ କର୍ମଚାରୀ

ଓଡିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସରୋଜ କୁମାର ସାହୁ। ପେନସନ୍‌ କାମ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡିବସି ଗିରଫ କରିଛି।

ଅଭିଯୋଗ ଅନୁଯାୟୀ, ଜଣେ ପେନସନଭୋଗୀଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଟଙ୍କା ନଦେଲେ ବିଲ୍ ପାସ୍‌ରେ ବାଧା ସୃଷ୍ଟି କରିବେ ବୋଲି ସେ ଧମକ ଦେଇଥିବା ଜଣାପଡ଼ିଛି। ପୀଡିତ ପେନସନଭୋଗୀ ଏନେଇ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ଏହାପରେ ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍ ଆଜି ଟ୍ରାପ୍‌ ରଚି ସରୋଜ କୁମାର ସାହୁଙ୍କୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଥିଲା। ତାଙ୍କ ଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ସହ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ସୂଚନା ମିଳିଛି।

 

Show More

Related Articles

Back to top button