Breaking PLUS

ଲାଇଭ ଟିଭି ‘ସୋ’ ଚାପୁଡା ମରାମରି ହେଲେ ଦୁଇ ପାକିସ୍ତାନୀ ନେତା

ପାକିସ୍ତାନର ଏକ ଟେଲିଭିଜନ୍‌ ଚାନେଲ୍‌ରେ ରାଜନୈତିକ ବିତର୍କ ସୋ’ରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ଦୁଇଜଣ ନେତା ଉତ୍‌କ୍ଷିପ୍ତ ହୋଇ ହଠାତ୍‌ ମାରଧର କରିବା ଆରମ୍ଭ କରି ଦେଇଥିଲେ। ଏଭଳି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଘଟଣାଟି ଜାୱେଦ ଚୌଧୁରୀଙ୍କ ଦ୍ବାରା ଉସ୍ଥାପିତ ଜନପ୍ରିୟ ପାକିସ୍ତାନୀ ବିତର୍କ ସୋ’ ‘କଲ୍‌ ତକ୍‌’ରେ ଘଟିଥିଲା। ତେବେ ମାଡ଼ଗୋଳରେ ସମ୍ପୃକ୍ତ ଥିବା ଦୁଇଜଣ ରାଜନେତା ହେଉଛନ୍ତି ଇମ୍ରାନ୍‌ ଖାଁଙ୍କ ‘ପାକିସ୍ତାନ ତେହରୀକ୍‌-ଏ-ଇନ୍‌ସାଫ୍‌’ର (ପିଟିଆଇ) ନେତା ତଥା ଓକିଲ ଏବଂ ନୱାଜ୍‌ ଶରିଫ୍‌ଙ୍କ ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନୱାଜ୍‌’ର (ପିଏମ୍‌ଏଲ୍‌-ଏନ୍‌) ସିନେଟର୍‌ ଆଫ୍‌ନାନ୍‌ ଉଲ୍ଲା। ସୂଚନା ଅନୁସାରେ ବିତର୍କ ଚାଲିଥିବା ବେଳେ ସିନେଟର୍‌ ଆଫ୍‌ନାନ୍‌ ଖାଁ ‘ପିଟିଆଇ’ ମୁଖ୍ୟ ଇମ୍ରାନ୍‌ ଖାଁଙ୍କ ନାଁରେ ଦୁର୍ନୀତି ଓ ସେନା ପ୍ରତିଷ୍ଠାନ ସହିତ ଗୁପ୍ତ ଆଲୋଚନା କରିଥିବା ଦୋଷାରୋପ କରିଥିଲେ।ଯୁକ୍ତିରେ ଏହାର ପ୍ରତ୍ୟୁତ୍ତର ଦେବା ପରିବର୍ତ୍ତେ ମାର୍‌ୱାତ୍‌ ଉତ୍‌କ୍ଷିପ୍ତ ହୋଇ ଖାଁଙ୍କ ମୁଣ୍ଡରେ ମାଡ଼ ମାରିଥିଲେ। ଖାଁ ପ୍ରତିଆକ୍ରମଣ କରିବାରୁ ଦୁହିଁଙ୍କ ମଧ୍ୟରେ ଚାପୁଡ଼ା ଓ ଗୋଇଠା ମରାମରି ଚାଲିଲା। ସୋ’ର ଆୟାଜକମାନେ ଦୁହିଁଙ୍କୁ ଛଡ଼ାଛଡ଼ି କରାଇବା ପାଇଁ ଉଦ୍ୟମ କଲେ ବି ଦୁହେଁ ମାଡ଼ଗୋଳରୁ ବିରତ ହେଲେ ନାହିଁ। ଟେଲିଭିଜନ୍‌ରେ ଏ ଦୃଶ୍ୟ ଦେଖି ଦେଶର ଦର୍ଶକ ହତବାକ୍‌ ହୋଇ ଯାଇଥିଲେ। ତଥାପି କଥା ଏତିକିରେ ସରିଲା ନାହିଁ, ପରେ ଉଭୟ ନେତା ନିଜ ନିଜ କାର୍ଯ୍ୟକୁ ଉଚିତ ପ୍ରମାଣିତ କରିବା ଲାଗି ସାମାଜିକ ଗଣମାଧ୍ୟମରେ ମଧ୍ୟ ସେଫଇେ ଦେଇଥିଲେ। ମାର୍‌ୱାତ୍‌ କହିଛନ୍ତି ଯେ, ଇମ୍ରାନ୍‌ଙ୍କ ପ୍ରତି ଅରୁଚିକର ଭାଷା କହିବାରୁ ସେ ଆଫ୍‌ନାନ୍‌ଙ୍କୁ ଆକ୍ରମଣ କଲେ। ସେପଟେ, ଆଫ୍‌ନାନ୍‌ କହିଛନ୍ତି, ମୁଁ ଅହିଂସା ବିଶ୍ବାସୀ କିନ୍ତୁ, ନୱାଜ୍‌ ଶରିଫ୍‌ଙ୍କ ସୈନିକ ହୋଇଥିବାରୁ ପ୍ରତିଆକ୍ରମଣ କଲି।

Show More

Related Articles

Back to top button