Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ

ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡିତା ନାବାଳିକା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ନାବାଳିକ ଜଣଙ୍କ ରାସ୍ତାକଡରେ ଗୁରୁତର ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ । ନାବାଳିକା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସନ୍ଦେହରେ କ୍ୟାପିଟାଲ୍ ହସ୍ପିଟାଲ୍ ଫାଣ୍ଡି ପୁଲିସକୁ ଜଣାଇଥିଲେ ଡାକ୍ତର। ଡାକ୍ତରଙ୍କ ରିପୋର୍ଟ ଆଧାରରେ କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Show More

Related Articles

Back to top button