Breaking PLUSଓଡ଼ିଶାମୁଖ୍ୟ ଖବର

ଯାଜପୁର: ଦଶମ ଛାତ୍ରୀ ପ୍ରସବ, ଅଭିଯୁକ୍ତ ଅଟକ

ଯାଜପୁର- ଯାଜପୁରରେ ଶିଶୁ କନ୍ୟାକୁ ଜନ୍ମଦେଲେ ନାବାଳିକା ।  ବରୀ ଅଞ୍ଚଳର ଜଣେ ଦଶମ ଛାତ୍ରୀ ପୂର୍ବରୁ ଦୁଇଟି ବିଷୟରେ ପରୀକ୍ଷା ଦେଇଥିଲେ। ବୁଧବାର ହଠାତ୍ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ତାଙ୍କୁ ବରୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଡାକ୍ତରଖାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛାତ୍ରୀ ଜଣଙ୍କ ରାମପୁର ପଞ୍ଚାୟତ ସ୍କୁଲରେ ପାଠ ପଢୁଥିଲେ। ସେ ନିଜ ଘରୁ ସ୍କୁଲକୁ ଯାତାୟତ କରୁଥିଲେ। ଆଡମିଟ୍ ନେବା ପରଠାରୁ ସେ ସ୍କୁଲ ଆସିନଥିଲେ।

Show More

Related Articles

Back to top button