
ଲଗାତର ଭାବେ ଖସୁଛି ସୁନା ଓ ରୁପାର ଦାମ୍ । ଯଦି ଆପଣ ସୁନା କିଣିବାକୁ ଚାହାଁନ୍ତି ତେବେ ଏହାଠୁ ଭଲ ସୁଯୋଗ ଆଉ କିଛି ହୋଇନପାରେ ।ଗୁଡ୍ ରିଟର୍ଣ୍ଣସ୍ ଓ୍ୱେବସାଇଟ୍ ଅନୁସାରେ, ୨୨ କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ ପିଛା ରହିଛି ୪୬୭୧୦ ଟଙ୍କା । ସେହିପରି ରୁପା ଦାମ୍ ମଧ୍ୟ କମିଛି ।ଗତବର୍ଷ ଅଗଷ୍ଟରେ ଏମସିଏକ୍ସରେ ୧୦ ଗ୍ରାମ୍ ସୁନା ଦର ୫୬ ହଜାର ଛୁଇଁଥିଲା । ଯାହା ସର୍ବାଧିକ । ପରେ ଏହା କ୍ରମଶଃ ହ୍ରାସ ପାଇଥିଲା । ଏବେ ସୁନା ଦର ରହିଛି ୪୬୭୧୦ । ଅର୍ଥାତ ସର୍ବୋଚ୍ଚ ସ୍ତରରୁ ସୁନା ୧୦ ହଜାର ଟଙ୍କା ଶସ୍ତା ହେଲାଣି ।
ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ଦାମ୍ ରହିଛି ୪୬୮୦୦ ଟଙ୍କା । ସେହିପରି ମୁମ୍ବାଇରେ ରହିଛି ୪୬୭୧୦ ଟଙ୍କା । ଚେନ୍ନାଇରେ ୧୦ ଗ୍ରାମ ପିଛା ସୁନାର ଦର ୪୫୦୭୦ ଟଙ୍କା ଥିବା ବେଳେ କୋଲକାତାରେ ୪୭୩୭୦ ଟଙ୍କା ରହିଛି ।ଏତତ୍ ବ୍ୟତୀତ ୨୪ କ୍ୟାରେଟ୍ ସୁନାର ଦାମ୍ ଦିଲ୍ଲୀରେ ମଙ୍ଗଳବାର ୫୦୮୫୦ ଟଙ୍କା ଥିବା ବେଳେ, ମୁମ୍ବାଇରେ ୪୭୭୧୦ ଟଙ୍କା, ଚେନ୍ନାଇରେ ୪୯୧୭୦ ଟଙ୍କା, କୋଲକାତାରେ ୫୦୭୦୭ ଟଙ୍କା ରହିଛି ।ରୁପାର ଦାମ୍ କେଜି ପିଛା ଦିଲ୍ଲୀରେ ୬୯୧୦୦ ଟଙ୍କା ଥିବା ବେଳେ, ମୁମ୍ବାଇରେ ୬୯୧୦୦, ଚେନ୍ନାଇରେ ୭୩୮୦୦ ଓ କୋଲକାତାରେ ୬୯୧୦୦ ରହିଛି ।