Breaking PLUSଓଡ଼ିଶାମୁଖ୍ୟ ଖବର

ହିଟ୍ ୱେଭକୁ ଦେଖି ୧୧ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା

ଭୁବନେଶ୍ୱର, 19 ଏପ୍ରିଲ- ହିଟ୍ ୱେଭକୁ ଦେଖି ୧୧ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା। ଗତକାଲି ୯ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ଆଜି ଆଉ ୨ ଜିଲ୍ଲାରେ ଛୁଟି ଘୋଷଣା ।

ପ୍ରବଳ ଖରାକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ୨୦ରୁ ୨୩ ପର୍ଯ୍ୟନ୍ତ ଛୁଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲାପାଳ ଅମ୍ରିତ ଋତୁରାଜ। ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ଜିଲାପାଳ କହିଛନ୍ତି।

ଜିଲ୍ଲା ପ୍ରଶାସନଙ୍କ ଜାରି କରାଯାଇଥିବା ଔପଚାରିକ ନିର୍ଦ୍ଦେଶ ଅନୁଯାୟୀ, ଖୋର୍ଦ୍ଧା ଓ ଦେବଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ 20 ଏପ୍ରିଲ୍ ଠାରୁ 23 ଏପ୍ରିଲ୍ 2026 ପର୍ଯ୍ୟନ୍ତ ବନ୍ଦ ରହିବ। ଅନ୍ୟପଟେ, ଅନୁଗୁଳ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର 20 ଏପ୍ରିଲ୍ ଠାରୁ 22 ଏପ୍ରିଲ୍ 2026 ପର୍ଯ୍ୟନ୍ତ ବନ୍ଦ ରହିବ।

Show More

Related Articles

Back to top button