Breaking PLUSଓଡ଼ିଶାମୁଖ୍ୟ ଖବର
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 31 ମାଓବାଦୀ

ଛତିଶଗଡ଼: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 31 ମାଓବାଦୀ । ଛତିଶଗଡର ବିଜାପୁର ଜିଲ୍ଲାର ଫରସେଗଡ ଥାନା ଅନ୍ତର୍ଗତ ନ୍ୟାସନାଲ ପାର୍କ ଅଂଚଳର ଜଙ୍ଗଲରେ ରବିବାର ସକାଳ ସାଢେ 8ଟା ବେଳେ ଡିଆରଜି, ଏସଟିଏଫ ଏବଂ ବସ୍ତର ଫାଇଟରଙ୍କ ମିଳିତ ଟିମ ସହିତ ହୋଇଥିବା ଗୁଳି ବିନିମୟରେ 31ଜଣ ପୋଷାକଧାରୀ ନକ୍ସଲ ନିହତ ହୋଇଛନ୍ତି । ନିହତ ନକ୍ସଲଙ୍କ ଚିହ୍ନଟ କରାଯାଉଛି । ଏହି ଗୁଳି ବିନିମୟରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଦୁଇ ଆହତ ଯବାନଙ୍କ ଅବସ୍ଥା ବିପଦମୁକ୍ତ ରହିଛି ।ସେମାନଙ୍କୁ ହେଲିକପ୍ଟର ଜରିଆରେ ବାହାର କରାଯାଇ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରୁ ନକ୍ସଲଙ୍କ ମୃତଦେହ ସହିତ ଏକେ 47, ଏସଏଲଆର, ଇନସାସ ରାଇଫଲ, 303 ରାଇଫଲ, ବିଜିଏଲ ଲଂଚର ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ଜବତ ହୋଇଛି । ଏହି ଅଂଚଳ ମହାରାଷ୍ଟ୍ର ସୀମାନ୍ତକୁ ଲାଗିକରି ରହିଛି ।