Breaking PLUSଓଡ଼ିଶାମୁଖ୍ୟ ଖବର
ବିଏମସି ଅଞ୍ଚଳ ଅଧୀନରେ ଅଛି 12 ଟି ଭେଣ୍ଡିଂ ଜୋନ

ଭୁବନେଶ୍ୱର- ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ଅଧୀନରେ ଅଛି 12ଟି ଭେଣ୍ଡିଂ ଜୋନ । ସେଥିରେ 710 ଦୋକାନୀଙ୍କୁ 744 ଦୋକାନ ଆବଣ୍ଟନ ହୋଇଛି । ଆଗକୁ ଆହୁରି 12 ଟି ନୂଆ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି । ଏନେଇ ଗୃହରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର ଉତର ରଖିଛନ୍ତି ।
ଅନ୍ୟପଟେ ଭେଣ୍ଡିଂ ଜୋନ ଦୋକାନକୁ ବିକ୍ରି କି ଭଡ଼ାରେ ଦିଆଯାଉଥିବା ନେଇ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଗୃହରେ ଆପତ୍ତି ଉଠାଇଥିଲେ । ଯାହାର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର କହିଛନ୍ତି ଯେ ଏପରି ଘଟଣା ନଜରକୁ ଆସିନି । ତେବେ ସବିଶେଷ ସତ୍ୟତା ଜାଣିବାକୁ ଗୃହରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।



