
ଗତ ଶନିବାର ନାମିବ୍ୟାରୁ ଆସିଛନ୍ତି ୮ଟି ଚିତା । ଏହି ଚିତାମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ସ୍ବତନ୍ତ୍ର ଏନକ୍ଲୋଜରରେ ଛାଡ଼ିଛନ୍ତି । ସେହିପରି ଏମାନଙ୍କ ସୁରକ୍ଷା ନିମନ୍ତେ ୨ ହାତୀଙ୍କୁ ନିୟୋଜିତ କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ଚିତାଙ୍କ ସୁରକ୍ଷା ପାଇଁ ନର୍ମଦାପୁରମର ସତପୁରା ଟାଇଗର ରିଜର୍ଭରୁ ଦୁଇଟି ହାତୀ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଛି। ହାତୀ, ଲକ୍ଷ୍ମୀ ଏବଂ ସିଦ୍ଧନାଥଙ୍କୁ ସେମାନଙ୍କ ଅଭିଜ୍ଞତା ହେତୁ ଗତ ମାସରେ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା ବୋଲି ଜଣାପଡ଼ିଛି। ଚିତାକୁ ଭାରତ ଅଣାଯିବା ପୂର୍ବରୁ ଦୁଇ ହାତୀଙ୍କ ଦକ୍ଷତା ଜାଣିବା ପାଇଁ ଏକ ପରୀକ୍ଷା କରାଯାଇଥିଲା। ଚିତା ରଖାଯିବାକୁ ଥିବା ଏନକ୍ଲୋଜରରେ ୫ଟି କଲରାପତରିଆ ବାଘଙ୍କୁ ଛଡାଯାଇଥିବା ବେଳେ ଲକ୍ଷ୍ମୀ ଏବଂ ସିଦ୍ଧନାଥ ୪ଟି କଲରାପତରିଆ ବାଘଙ୍କୁ ଘଉଡାଇବାରେ ସକ୍ଷମ ହୋଇଥିଲେ। ଏବେ ଏହି ହାତୀ ଦୁଇଟି ନିଜ କାମ ଆରମ୍ଭ କରିଦେଇଛନ୍ତି ।