Breaking PLUSଓଡ଼ିଶାମୁଖ୍ୟ ଖବର

ନରେନ୍ଦ୍ର ପୁଷ୍କରିଣୀରେ ବୁଡି ୨ ଯୁବକଙ୍କ ମୃତ୍ୟୁ

ପୁରୀ – ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ମଙ୍ଗଳବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି । ଗାଧୋଇବା ବେଳେ ବୁଡି ଯାଇ ୨ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲା କୁକୁଡାଫାଣ୍ଡି ଅଞ୍ଚଳର ରାଜକିରଣ ଶତପଥୀ (୨୩) ଓ ତାଙ୍କ ପିଉସୀ ପୁଅ ଭାଇ ନଳିନୀକାନ୍ତ ତ୍ରିପାଠୀ(୨୭) ଇଚ୍ଛାପୁରମ୍‌ ଅଞ୍ଚଳର । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।
ଉଭୟ ପରିବାର ସହ ଶ୍ରାଦ୍ଧ ପାଇଁ ଆସିଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବା ସମୟରେ ଗୋଡ ଖସି ଯାଇଥିଲା । ସେହି ସମୟରେ ସେଠାରେ ସ୍ଥାନୀୟ ଲୋକେ ନଥିଲେ, ଫଳରେ ସେମାନେ ପାଣି ଭିତରକୁ ଚାଲି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଉଦ୍ଧାର କରି ସେମାନଙ୍କୁ ପୁରୀ ବଡ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଘଟଣରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button