Breaking PLUSଆଇନ କାନୁନଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି: ଚିର ନିଦ୍ରାରେ ହରିଶ ରାଣା

ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ଜୀବନ–ମୃତ୍ୟୁର ସଂଘର୍ଷ କରୁଥିବା ହରିଶ ରାଣାଙ୍କ ଦେହାନ୍ତ ଘଟିଛି। ସୁପ୍ରିମକୋର୍ଟ ଅଫ ଇଣ୍ଡିଆଙ୍କ ଐତିହାସିକ ଅନୁମତି ପରେ ଦିଲ୍ଲୀ ଏମ୍‌ସରେ ‘ପାସିଭ ଇଉଥାନେସିଆ’ (ଇଚ୍ଛାମୃତ୍ୟୁ) ମାଧ୍ୟମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି, ଯାହା ଭାରତରେ ବିରଳ ଘଟଣା ଭାବେ ଦେଖାଯାଉଛି।

ପ୍ରାୟ ୧୩ ବର୍ଷ ପୂର୍ବରୁ ଛାତରୁ ପଡ଼ି ମୁଣ୍ଡରେ ଗଭୀର ଆଘାତ ପାଇଥିବାରୁ ହରିଶ କୋମାରେ ପଡ଼ିଥିଲେ। ପରିବାର ତାଙ୍କୁ ଅନେକ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ, କିନ୍ତୁ ସୁସ୍ଥ ହେବାର କୌଣସି ଆଶା ରହିନଥିଲା। ତାଙ୍କ ଚିକିତ୍ସା ପାଇଁ ପ୍ରତିମାସ ପ୍ରାୟ ୬୦ରୁ ୭୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବାରୁ ପରିବାର ଆର୍ଥିକ ଭାବେ ଅତ୍ୟନ୍ତ ଅସହାୟ ହୋଇପଡ଼ିଥିଲେ। ଏହି ପରିସ୍ଥିତିରେ ଓ ତାଙ୍କର ସୁସ୍ଥ ହେବାର ସମ୍ଭାବନା ନଥିବାରୁ ପିତାମାତା ଆଦାଲତର ଶରଣ ନେଇଥିଲେ।

ଆଦାଲତଙ୍କ ନିର୍ଦ୍ଦେଶ ଓ ଡାକ୍ତରୀ ନିୟମାବଳୀ ଅନୁସାରେ, ପାଲିଏଟିଭ କେୟାରରେ ଧୀରେ ଧୀରେ ତାଙ୍କର ପୋଷଣ ଓ ଜୀବନ ରକ୍ଷାକାରୀ ସହାୟତା ବନ୍ଦ କରାଯାଇଥିଲା। ଡାକ୍ତରମାନଙ୍କ ନିକଟ ନଜରଦାରିରେ ଏହି ପ୍ରକ୍ରିୟା ଚାଲିଥିଲା ଏବଂ ଶେଷରେ ସେ ପ୍ରାଣ ତ୍ୟାଗ କରିଥିଲେ। ଏହି ଘଟଣା ଭାରତରେ ପାସିଭ ଇଉଥାନେସିଆ ସମ୍ବନ୍ଧୀୟ ଆଇନ ଓ ନୀତିଗତ ଚର୍ଚ୍ଚାକୁ ପୁନର୍ବାର ଆଗକୁ ଆଣିଛି।

Show More

Related Articles

Back to top button