Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶାରେ ୨ଓମିକ୍ରନ୍ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ପଶିଲା ଓମିକ୍ରନ୍ । ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଆକ୍ରାନ୍ତ । ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ ସଂକ୍ରମିତ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ସେମାନେ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କାତାରରୁ ଓଡିଶାକୁ ଫେରିଥିଲେ ।
ସେମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଜିନୋମ୍ ସିକ୍ୱେନ୍ସିଂ କରାଯାଇଥିଲା । ୨ ଜଣଙ୍କ ପାଖରେ ଓମିକ୍ରନ୍ ଭୂତାଣୁ ଥିବା ସ୍ପଷ୍ଟ କରିଛି ଆଇଏଲ୍ସ । ଜିନମ ଟେଷ୍ଟିଂ ପାଇଁ ୯ଜଣଙ୍କର ନମୂନା ଯାଇଥିଲା । ସେଥିମଧ୍ୟରୁ ୨ଜଣଙ୍କର ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି ।