
ଦେଶର ଅନେକ ରାଜ୍ୟରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରୁ ବିହାର ଏବେ ଦେଶରେ ବାୟୁ ପ୍ରଦୂଷଣରେ ଏକ ନମ୍ବର ରାଜ୍ୟ। ୪୦୦ ଉପରେ ଅର୍ଥାତ୍ ସାଂଘାତିକ ବର୍ଗରେ ରହିଛି ତିନୋଟି ସହରରେ ବାୟୁ ମାନ ସୂଚକାଙ୍କ ।
ରାଜ୍ୟର ଅନ୍ୟ ୧୧ଟି ସ୍ଥାନରେ ବାୟୁମାନ ଅତି ଖରାପ ସ୍ତରରେ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୁଲେଟିନ ଅନୁସାରେ ଶନିବାର ଦେଶର ଅତ୍ୟଧିକ ପ୍ରଦୂଷିତ ସହର ତାଲିକାରେ ବିହାରର ମୋତିହାରୀ, ସିୱାନ ଓ ଦରଭଙ୍ଗା ସବା ଉପରେ ରହିଛନ୍ତି, ଯାହାର ଏକ୍ୟୁଆଇ ଯଥାକ୍ରମେ ୪୧୯, ୪୧୭ ଓ ୪୦୪ ରହିଛି। ସେହିପରି ବିହାରର ସବୁ ମନିଟରିଂ କେନ୍ଦ୍ରଗୁଡ଼ିକରେ ବାୟୁମାନ ଖରାପ ବା ତା’ଠୁ ଅଧିକ ଖରାପ ରହିଛି।



