
୨୦୨୨ର ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ ଥିଲା ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏବଂ ରାମ ଚରଣଙ୍କ ଅଭିନୀତ ଫିଲ୍ମ ‘ଆରଆରଆର । ଏହି ଫିଲ୍ମ ୧୧୦୦କୋଟିରୁ ଅଧିକ ସଂଗ୍ରହ କରିଥିବାବେଳେ କେବଳ ଭାରତରେ ୯୦୦କୋଟିରୁ ଅଧିକ ଆୟ କରିଛି ।
ଫିଲ୍ମ ନିର୍ମାତା ଏସଏସ ରାଜାମୌଲି ‘ବାହୁବଲୀ’ ଫ୍ରାଞ୍ଚାଇଜ୍ ପରେ ‘ଆରଆରଆର’ ଭଳି ବ୍ଲକବଷ୍ଟର ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ‘ଆରଆରଆର’ର ସଫଳତା ପରେ ଏବେ ‘ଆରଆରଆର-୨’ର କାହାଣୀକୁ ନେଇ କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି।
‘ଆରଆରଆର-୨’ର ସିକ୍ୱେଲ ତିଆରି କରିବା ନେଇ ରାଜାମୌଲି କହିଛନ୍ତି, ‘ମୋ ବାପା ମୋର ସମସ୍ତ ଚଳଚ୍ଚିତ୍ରର କାହାଣୀ ଲେଖନ୍ତି। ଆମେ ‘ଆରଆରଆର-୨’ର ସିକ୍ୱେଲକୁ ନେଇ ଆଲୋଚନା କରିଛୁ ଏବଂ ସେ ଏବେ କାହାଣୀ ଉପରେ କାମ କରୁଛନ୍ତି।ତାଙ୍କର ଏଭଳି ବୟାନ ପରେ ଏହା ସ୍ପଷ୍ଟ ହୋଇଛି ଯେ, ଫିଲ୍ମର କାହାଣୀ ଉପରେ କାମ ଶେଷ ହେବା ପରେ ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ।



