Breaking PLUSଓଡ଼ିଶାମୁଖ୍ୟ ଖବର
ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ

ଭୁବନେଶ୍ୱର- ମାର୍ଚ୍ଚ ୩୧ ତାରିଖ ହେଉଛି ସୁଭଦ୍ରା ଆବେଦନର ଶେଷ ତାରିଖ। ୮ ମାସ ଭିତରେ ଗୋଟିଏ ଯୋଜନାରେ ଏକ କୋଟି ମହିଳାଙ୍କୁ ଅର୍ଥ ମିଳିବା ଏକ ଇତିହାସ। ଏଭଳି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଚଳିତ ମାସ ୬ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା। ଏହି ପର୍ଯ୍ୟାୟରେ ଲକ୍ଷେ ୭୦ ହଜାର ମହିଳା ସୁଭଦ୍ରା ଟଙ୍କା ପାଇବେ। ସେହିଭଳି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ପ୍ରଦାନ କରାଯିବ। ହିତାଧିକାରୀଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳି ସାରିଛି। ଏବେ ୬ ତାରିଖରେ ୫ମ ପର୍ଯ୍ୟାୟ ଟଙ୍କା ମିଳିବ।


