ଓଡ଼ିଶା

ଖୁବଶୀଘ୍ର ଭୁବନେଶ୍ୱରକୁ ଆସିବ ୪୦ଟି ଇ-ବସ୍‌

ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରକୁ ଆସିବ ୪୦ଟି ଇ-ବସ୍‌ । ତେବେ ପୂର୍ବରୁ ୧୦ଟି ବସ୍ ଆସିଥିବାବେଳେ ବର୍ତ୍ତମାନ ୫୦କୁ ବୃଦ୍ଧି ପାଇବ ବସ୍ ସଂଖ୍ୟା । ଏନେଇ CRUT ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ମିଳିଛି ।

ସେହପରି ହକି ବିଶ୍ୱକପ ପୂର୍ବରୁ ଷ୍ଟିଲ ସିଟି ରାଉରକେଲାରେ ଗଡ଼ିବ ମୋ ବସ୍ ।ରାଉରକେଲାକୁ ୨୫ଟି ମୋ ବସ୍‌ ଯୋଗାଇ ଦିଆଯିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ CNG ବସ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।

କ୍ରୁଟ ଏମଡି ବିଜୟ ଅମୃତା କୁଲାଙ୍ଗେଙ୍କ କହିବା ମୁତାବକ, ଭୁବନେଶ୍ୱରରେ ପ୍ରଦୂଷଣ ବୃଦ୍ଧି ପାଉଛି । ତେଣୁ ଏହାର ନିୟନ୍ତ୍ରଣ ପାଇଁ କ୍ରୁଟ୍‌ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

Show More

Related Articles

Back to top button