ଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟସଭା ନିର୍ବାଚନ ପାଇଁ ୩ ଦଳର ଏଜେଣ୍ଟ ଘୋଷଣା

ଆସନ୍ତାକାଲି ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ତିନୋଟି ଦଳ ନିଜ ନିଜର ନିର୍ବାଚନ ଏଜେଣ୍ଟଙ୍କ ନାମ ଘୋଷଣା କରିଛନ୍ତି। ଏହି ନିର୍ବାଚନରେ ସମୁଦାୟ ୫ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି ଏବଂ ଚତୁର୍ଥ ଆସନକୁ ନେଇ ରୋଚକ ଲଢ଼େଇ ଦେଖାଯାଉଛି।
ଶାସକ ଦଳ ବିଜେପି ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଓ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କୁ ନିର୍ବାଚନ ଏଜେଣ୍ଟ ଭାବେ ନିଯୁକ୍ତ କରାଯାଇଛି। ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ବିଧାୟକ ପ୍ରତାପ ଦେବ ଓ ପ୍ରମିଳା ମଲ୍ଲିକ ଏଜେଣ୍ଟ ଭାବେ ଦାୟିତ୍ୱ ନେବେ। ସେହିପରି କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତଚରଣ ଦାସ ନିର୍ବାଚନ ଏଜେଣ୍ଟ ରହିବେ।
ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଦଳ ତାଙ୍କ ବିଧାୟକମାନଙ୍କୁ ହ୍ୱିପ୍ ଜାରି କରିଛନ୍ତି। ମାର୍ଚ୍ଚ ୧୬ରେ ଓଡ଼ିଶା ବିଧାନସଭାରେ ଭୋଟ୍ ଗ୍ରହଣ ହେବ। ଓଡ଼ିଶାର ଚାରିଟି ରାଜ୍ୟସଭା ଆସନ ପାଇଁ ଏହି ନିର୍ବାଚନ ହେଉଛି। ତିନୋଟି ଆସନର ଫଳାଫଳ ପ୍ରାୟ ସ୍ପଷ୍ଟ ଥିବାବେଳେ ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ଓ ବିଜେଡି–କଂଗ୍ରେସ ସମର୍ଥିତ ଡ଼. ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ଲଢ଼େଇ ହେଉଛି।
ଏପ୍ରିଲ୍ ୨ରେ ବିଜେଡିର ନିରଞ୍ଜନ ବିଶି ଓ ମୁନ୍ନା ଖାନ, ଏବଂ ବିଜେପିର ସୁଜିତ କୁମାର ଓ ମମତା ମହାନ୍ତଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଥିବାରୁ ଏହି ନିର୍ବାଚନ ଆବଶ୍ୟକ ହୋଇଛି।

Show More

Related Articles

Back to top button