Breaking PLUSଦେଶମୁଖ୍ୟ ଖବର
ରାଜସ୍ଥାନରେ କାର୍ ଦୁର୍ଘଟଣା, 5 ମୃତ

ରାଜସ୍ଥାନ ଜାମଓ୍ବାରାମଗଡରେ ଭୟଙ୍କର ଦୁର୍ଘଟଣା ଘଟିଛି। କାର୍ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାଜସ୍ଥାନ ମନୋହରପୁର ଦୌସା ଜାତୀୟ ରାଜପଥରେ ଆଜି ସକାଳେ ଏକ ଟ୍ରଲର୍ ଦ୍ରୁତ ଗତିରେ ଆସୁଥିବାବେଳେ ଏକ କାର୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ମନ୍ଦିର ଦର୍ଶନ ପାଇଁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।