Breaking PLUSଅପରାଧଆଇନ କାନୁନଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଉତ୍ତର ପ୍ରଦେଶରେ ୬ ଅଧିକାରୀ ନିଲମ୍ବିତ, ୩ ମତଦାନ କେନ୍ଦ୍ରର ଭୋଟ୍‌ ରଦ୍ଦ

ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଆଗ୍ରା ମଣ୍ଡଳ ଆୟୁକ୍ତଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ଏଥିସହ ତିନୋଟି ମତଦାନ କେନ୍ଦ୍ରରେ ହୋଇଥିବା ମତଦାନକୁ ରଦ୍ଦ କରାଯାଇଛି।

ଆଗ୍ରା ମଣ୍ଡଳ ଶିକ୍ଷକ ନିର୍ବାଚନ କ୍ଷେତ୍ରର ମତଦାନ କେନ୍ଦ୍ର ନମ୍ବର ୨୦, ୨୧ ଓ ୨୬ରେ ଶୁକ୍ରବାର ହୋଇଥିବା ମତଦାନକୁ ଆୟୋଗ ରଦ୍ଦ ଘୋଷଣା କରିଛନ୍ତି। ଏହି କେନ୍ଦ୍ରଗୁଡ଼ିକରେ ପୁନଃ ମତଦାନ ପାଇଁ ମଣ୍ଡଳ ଆୟୁକ୍ତ ସୁପାରିସ କରିଥିଲେ। ସମାଜବାଦୀ ପାର୍ଟି ସମର୍ଥିତ ପ୍ରାର୍ଥୀ ତଥା ବର୍ତ୍ତମାନର ଏମ୍‌ଏଲ୍‌ସି ଡା. ଆକାଶ ଅଗ୍ରୱାଲ ବୁଥ୍‌ ଦଖଲ ଓ ଅନିୟମିତତା ଅଭିଯୋଗ ଆଣିଥିଲେ।

ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଓପି ଚକ୍‌, ଇନ୍ସପେକ୍ଟର ହରିଶରଣ ସିଂ, ସବ୍‌-ଇନ୍ସପେକ୍ଟର ସନ୍ଦୀପ କୁମାର, ବିଶାଳ ରାଠୋର, ଇନ୍ସପେକ୍ଟର ପୁରୁଷୋତ୍ତମ ପାଲ ଓ ସବ୍‌-ଇନ୍ସପେକ୍ଟର ସୁମିତ ତ୍ୟାଗୀ ଅଛନ୍ତି। ଏହାସହ ୫ ଜଣ ନିର୍ବାଚନ ଅଧିକାରୀ ଓ ୧୬ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ସେମାନଙ୍କ ମଧ୍ୟରେ ୫ ଜଣ ହେଡ୍‌ କନଷ୍ଟେବଳ ଓ ୧୧ ଜଣ କନଷ୍ଟେବଳ ଅଛନ୍ତି।

ନିଲମ୍ବିତ ୬ ଅଧିକାରୀଙ୍କୁ ଚାର୍ଜସିଟ୍‌ ଜାରି କରିବା ସହ ୧୦ ଦିନ ମଧ୍ୟରେ ତଦନ୍ତ ସମ୍ପର୍କିତ ଚାର୍ଜସିଟ୍‌ର ଡ୍ରାଫ୍ଟ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କାର୍ଯ୍ୟାନୁଷ୍ଠାନର ଅନୁପାଳନ ରିପୋର୍ଟ ମଧ୍ୟ ତୁରନ୍ତ ଦାଖଲ କରିବାକୁ କୁହାଯାଇଛି।

Show More

Related Articles

Back to top button