Breaking PLUSଓଡ଼ିଶାମୁଖ୍ୟ ଖବର

ଖଲ୍ଲିକୋଟ ହିଂସାକାଣ୍ଡ ଘଟଣାରେ 8 ଗିରଫ

ଖଲ୍ଲିକୋଟ – ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ହିଂସାକାଣ୍ଡ ଘଟଣାରେ ୮ ଗିରଫ। ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ବିଜେପିର ୪ ଜଣ କର୍ମୀ ଆହତ ହୋଇଥିଲେ। ଗୁରୁତରଙ୍କୁ ତୁରନ୍ତ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ସେପଟେ ଘଟଣାକୁ ନେଇ ପରିବାର ଲୋକଙ୍କ ସହ ମିଶି ଥାନା ଘେରାଉ କରିଛି ବିଜେପି।

Show More

Related Articles

Back to top button