Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ୯୫% ଘର ଗଣନା ଶେଷ- ରାଜ୍ୟ ଜନଗଣନା ନିର୍ଦ୍ଦେଶକ

ଭୁବନେଶ୍ୱର, 7 ମେ- ରାଜ୍ୟରେ ୯୫% ଘର ଗଣନା ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ । କୋଟିଆରେ ଶତ ପ୍ରତିଶତ ଓ କୋରାପୁଟରେ ୯୦ ପ୍ରତିଶତ ଶେଷ ହୋଇଛି ।ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଘରଗଣନା ଏକ ପ୍ରକାର ଶେଷ ହେବା ସ୍ଥିତିରେ ବୋଲି ସେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ରାଜ୍ୟରେ ଏପ୍ରିଲ 1ରୁ ଜନଗଣନା ଆରମ୍ଭ ହୋଇଥିଲା । ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା ହୋଇଛି। ତା ସହିତ ଲୋକଙ୍କୁ ଆଉ ଏକ ସୁବିଧା ପ୍ରଦାନ କରାଯାଇଛି। ନିଜେ ନିଜେ ସେମାନେ ନିଜର ତଥ୍ୟ ଦାଖଲ କରିଛନ୍ତି। 1ରୁ ୧୫ ତାରିଖ ଯାଏ ଲୋକେ ନିଜେ ନିଜର ତଥ୍ଯ ଦେଇଥିଲୋ। ୧୬ ଏପ୍ରିଲରୁ ୧୫ ମେ ଯାଏ ପ୍ରଥମ ଘର ଗଣନା ହୋଇଛି ।



