Breaking PLUSଦେଶ ବିଦେଶମୁଖ୍ୟ ଖବର
ଦେଶରେ ରେକର୍ଡ ଭାଙ୍ଗୁଛି କରୋନା, ଗତ ୨୪ ଘଣ୍ଟାରେ ୧,୮୪,୩୭୨ ଜଣ ସଂକ୍ରମିତ ଚିହ୍ନଟ
କରୋନାର ଦ୍ୱିତୀୟ ତରଙ୍ଗ କ୍ରମାଗତ ଭାବରେ ନୂତନ ରେକର୍ଡ ସ୍ଥାପନ କରୁଛି। ଗତ ୨୪ ଘଣ୍ଟାରେ ଦେଶରେ ୧,୮୪,୩୭୨ ନୂତନ ସଂକ୍ରମଣ ରିପୋର୍ଟ ହୋଇଛି। ମହାମାରୀ ଆରମ୍ଭରୁ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ସଂକ୍ରମଣ। କରୋନା ଯୋଗୁ ଗତ ୨୪ ଘଣ୍ଟାରେ ୧୦୨୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାରରୁ ଅଧିକ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୧,୭୨,୦୮୫ କୁ ବୃଦ୍ଧି ପାଇଛି। ଏହାସହିତ ସୁସ୍ଥଙ୍କ ସଂଖ୍ୟା ୧.୨୩ କୋଟି ଅତିକ୍ରମ କରିଛି। ଏହାସହିତ ସକ୍ରିୟ ମାମଲା ୧୩,୬୫,୭୦୪ ଲକ୍ଷକୁ ବୃଦ୍ଧି ପାଇଛି।