Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୮୧ଲକ୍ଷ ଟପିଲା କରୋନା ଟିକାକରଣ

ରାଜ୍ୟରେ କରୋନା ଟିକାକରଣ ୮୧ଲକ୍ଷ ଟପି ଯାଇଛି। ରାଜ୍ୟରେ ଶୁ୍କ୍ରବାର ୯୦୪ଟି ଅଧିବେଶନରେ ୯୧,୪୩୭ଜଣଙ୍କୁ ଟିକା ଦିଆଯିବା ଫଳରେ ଏହି ସଂଖ୍ୟା ୮୧ଲକ୍ଷ ୩ହଜାର ୫୫୧କୁ ବୃଦ୍ଧି ପାଇଛି। ମାତ୍ର ୧୮-୪୪ବର୍ଗର ଟିକାକରଣ ଧିମେଇ ଯାଇଛି। ଆସନ୍ତାକାଲି ୭୭୦ ଅଧିବେଶନରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଶୁକ୍ରବାର ୧୮-୪୪ ବର୍ଗର ୭୧୮୩ଜଣଙ୍କୁ ପ୍ରଥମ, ୧୦୮୬ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ୪୫ବର୍ଷରୁ ଅଧିକ ୭୬,୩୦୩ଜଣଙ୍କୁ ପ୍ରଥମ ଓ ୪୮୩୬ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୯୮ପ୍ରତିଶତ ପ୍ରଥମ ଓ ୮୯ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଥିବା ବେଳେ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୩୦ ପ୍ରତିଶତ ପ୍ରଥମ ଓ ୯୪ ପ୍ରତିଶ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ତେବେ ୧୮-୪୪ବର୍ଗର ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଏବେ ୪ହଜାରରୁ ଅଧିକ ଟିକା ମହଜୁଦ ରହିଛି। ଏଥିରେ ୨୨୯୦ ‘କୋଭିସିଲ୍‌ଡ’ ଓ ୨୪୪୦ ‘କୋଭାକ୍ସିନ୍’ ଟିକା ରହିଛି।

ଟିକାର ଅଭାବ ପାଇଁ ଭୁବନେଶ୍ବରରେ କେବଳ ‘କୋଭାକ୍ସିନ୍‌’କୁ ଦ୍ବିତୀୟ ଡୋଜ୍ ଭାବେ ଦିଆଯାଉଛି। ରାଜ୍ୟର ଅନ୍ୟ ୪ଟି ମ୍ୟୁନିସିପାଲଟି ଓ ୬ଟି ଜିଲ୍ଲାରେ ‘କୋଭିସିଲ୍‌ଡ’ ଦିଆଯାଉଛି। ତେଣୁ ‘କୋଭିସିଲ୍‌ଡ’ର ୨ହଜାର ଟିକା ରହିଥିବାରୁ ଆସନ୍ତାକାଲି ପରେ ଟିକାକରଣ ବନ୍ଦ ହୋଇଯିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ରାଜ୍ୟ ସରକାର ବଳକା ‘କୋଭାକ୍ସିନ୍‌’ର ବଳକା ଟିକାକୁ ୧୮-୪୪ବର୍ଗଙ୍କୁ ଦେବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମାତ୍ର କେନ୍ଦ୍ର ସରକାର ଏ ନେଇ କୌଣସି ଉତ୍ତର ଦେଇ ନାହାନ୍ତି। ଏହାସହ ଦୁଇ ଟିକା ଉତ୍ପାଦନକାରୀ କମ୍ପାନି ଆସନ୍ତା ୭ ଓ ୯ତାରିଖରେ ଟିକା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଧାର୍ଯ୍ୟ ସମୟ ପୂର୍ବରୁ କମ୍ପାନିଦ୍ବୟ ଟିକା ପଠାନ୍ତି, ତାହାଲେ ପୁଣିଥରେ ଦ୍ରୁତ ଗତିରେ ଟିକାକରଣ ହୋଇପାରିବାର ସମ୍ଭାବନା ରହିଛି।

Show More

Related Articles

Back to top button